ଶୌଚାଳୟ ଅପରିଷ୍କାର ଦେଖି ଏମିତି କଲେ ଶିବରାଜଙ୍କ ମନ୍ତ୍ରୀ

ଗ୍ବାଲିଅର,୧।୮: ସରକାରୀ କାର୍ଯ୍ୟାଳୟରେ ଅପରିଷ୍କାର ଦେଖି ଶିବରାଜ ସିଂହଙ୍କ ମନ୍ତ୍ରୀ ନିଜେ ମହିଳା ଶୌଚାଳୟ ସଫା କରିଥିବା ଦେଖିବାକୁ ମିଳିଛି। ଏହି ଘଟଣା ଏବେ ଚର୍ଚ୍ଚାର ପରିସରକୁ ଆସିଥିବା ବେଳେ ମନ୍ତ୍ରୀଙ୍କ ଏଭଳି କାର୍ଯ୍ୟକୁ ଜନତା ବେଶ୍‌ ପ୍ରଶଂସା କରିଛନ୍ତି। ସୂଚନାଯୋଗ୍ୟ, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହଙ୍କ ସରକାରରେ ଥିବା ରାଜ୍ୟ ଶକ୍ତି ମନ୍ତ୍ରୀ ପ୍ରଦ୍ୟୁମ୍ନ ସିଂହ ତୋମାର ଶୁକ୍ରବାର ମଧ୍ୟପ୍ରଦେଶ ଗ୍ବାଲିଅର ସ୍ଥିତ ସରକାରୀ କାର୍ଯ୍ୟାଳୟର ମୋତି ମହଲରେ ବିଭାଗୀୟ କମିଶନରଙ୍କୁ ଭେଟିବାକୁ ଯାଇଥିଲେ। ସେଠାରୁ ଫେରିବା ସମୟରେ କେତେକ ମହିଳା କର୍ମଚାରୀ ଶୌଚଳାୟ ଅପରିଷ୍କାର ନେଇ ମନ୍ତ୍ରୀଙ୍କୁ ଅଭିଯୋଗ କରିଥିଲେ। ମହିଳାଙ୍କ କହିବା କଥା ତାଙ୍କ ପାଇଁ ନିର୍ମାଣ କରାଯାଇଥିବା ଶୌଚାଳୟଟି ନିୟମିତ ଭାବେ ସଫାସୁତୁରା କରାଯାଉନାହିଁ। ଫଳରେ ସେମାନଙ୍କୁ ବିଭିନ୍ନ ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ୁଛି। ବାସ୍‌ କଥା ସେତିକିରେ ସଇଲା।

ଏହାପରେ ମନ୍ତ୍ରୀ ସିଧା ପହଞ୍ଚିଗଲେ ମୋତିମହଲ ସ୍ଥିତ ଶୌଚାଳୟକୁ। ସେଠାରେ ଶୌଚାଳୟର ସ୍ଥିତି ଦେଖି ମନ୍ତ୍ରୀଙ୍କ ଅକଲ ଗୁଡ଼ୁମ ହୋଇଯାଇଥିଲା। ଏହାପରେ ମନ୍ତ୍ରୀ ସଫା ପାଇଁ ସମସ୍ତ ଆବଶ୍ୟକୀୟ ଜିନିଷ ମଗାଇ ନିଜେ ଶୌଚାଳୟ ସଫା କରିଥିଲେ। ଏଥିସହ ସଫେଇ କାର୍ଯ୍ୟର ଦାୟିତ୍ୱରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହି ସମୟର ଦୃଶ୍ୟ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Share