Categories: ଜାତୀୟ

ନିକଟରେ ହେବ ଭାଜପାର ଅନ୍ତ: ଶିବସେନା

ମୁମ୍ବାଇ,୨ ।୮:  ମହାରାଷ୍ଟ୍ରରେ ଭାରତୀୟ ଜନତା ପାର୍ଟି(ଭାଜପା) ବିଧାୟକ ପ୍ରସାଦ ଲାଡ ଶିବସେନା ଭବନ ଭାଙ୍ଗିବା କଥା କହିବାକୁ ନେଇ ଏବେ ରାନୈତିକ ଝଡ ସୃଷ୍ଟି ହୋଇଛି । ଭାଜପା ନେତାଙ୍କ ଏହି ବୟାନ ପରେ ଆକ୍ରମଣ ମୁଡରେ ରହିଛି ଶିବସେନା । ଶିବସେନା ତା’ର ମୁଖପତ୍ର ସାମନା ମାଧ୍ୟମରେ ଭାଜପାକୁ ଆକ୍ରମଣ କରିଛି । ଶିବସେନା କହିଛି ଶିବସେନା ଭବନରେ ବାଲାସାହେବ ଠାକରେଙ୍କ ସହ ଛତ୍ରପତି ଶିବାଜୀଙ୍କ ପ୍ରତିମା ବି ରହିଛି । ଏଠାରେ ଶିବସେନାର ପତାକା ମଧ୍ୟ ରହିଛି । ଏହା କିଛି ଲୋକଙ୍କୁ ପସନ୍ଦ ଆସୁନାହିଁ । ଏଥିପାଇଁ ଏମାନେ ଶିବସେନା ଭବନକୁ ଭାଙ୍ଗିବା କଥା କହୁଛନ୍ତି । ସାମନାରେ ଆହୁରି ମଧ୍ୟ ଲେଖାଯାଇଛି, ଭାଜପା କେତେବେଳେ ତ୍ରୁଣମୂଳ ସ୍ତରର ବିଶ୍ୱସ୍ତ କାର୍ମୀଙ୍କ ଦଳ ଥିଲା, ବାହାର ଲୋକ ଓ ଗୁଣ୍ଡାଙ୍କ ପାଇଁ ଭାଜପାରେ ସ୍ଥାନ ନ ଥିଲା । ହେଲେ ଏବେ ଦଳର ମୂଳ ବିଚାରଧାରା ବାଲା ଲୋକ ନୀଚ ଲୋକଙ୍କୁ ଆଗକୁ ବଢାଉଛନ୍ତି । ତେଣୁ ଏହି ଦଳର ଅନ୍ତ ଖୁବଶୀଘ୍ର ହେବ । ତେବେ ଭୂମିପୁତ୍ରଙ୍କ ଅସ୍ମିତାର ପ୍ରତିକ ବୋଲି କୁହାଯାଉଥିବା ଶିବସେନା ଭବନକୁ ଯେଉଁମାନେ ଖରାପ ନଜରରେ ଦେଖିଛନ୍ତି ସେ ସମସ୍ତ ନେତା ଓ ତାଙ୍କ ଦଳ ଧୋଇ ଯାଇଛି । ଯାହା କେବେ ଦ୍ୱିତୀୟ ଥର ଫେରିପାରିନି । ଶିବସେନାର ଅନ୍ୟ ରାଜନୈତିକ ଦଳ ସହ ମତଭେଦ ଥାଇପାରେ । ହେଲେ ଭାଜପା ଯେଭଳି ବୟାନ ଦେଲା ଶିବସେନା କେବେବି କୌଣସି ଦଳର ଭଙ୍ଗାରୁଜା କଥା ଚିନ୍ତା କରିନାହିଁ ।

Share