ମୁମ୍ବାଇ,୧୭।୧: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଶିବସେନା ଘୋଷଣା କରିଛନ୍ତି। ଶିବସେନା ଏମ୍ପି ସଞ୍ଜୟ ରାଉତ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ ଟୁଇଟ ଯୋଗେ କହିଛନ୍ତି- ଏହି ଖବର ଦୀର୍ଘ ସମୟ ଧରି ଅପେକ୍ଷା କରିଥିଲା। ଦଳର ମୁଖ୍ୟ ଶ୍ରୀ ଉଦ୍ଧବ ଠାକରେଙ୍କ ସହିତ ଆଲୋଚନା ପରେ ଶିବସେନା ପଶ୍ଚିମବଙ୍ଗ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆମେ ଶୀଘ୍ର କୋଲକାତାରେ ପହଞ୍ଚୁଛୁ, ଜୟ ହିନ୍ଦ, ଜୟ ବଙ୍ଗଳା। ପଶ୍ଚିମବଙ୍ଗରେ ଶିବସେନା ଲଢିବା ନେଇ ଘେଶଷଣା କରିବା ପରେ ରାଜନୈତିକ ଉଷ୍ମତା ଆହୁରି ବଢିଯାଇଛି। ପୂର୍ବରୁ ଭାଜପା, ଏଆଇଏମ୍ଆଇଏମ୍ ମଧ୍ୟ ପଶ୍ଚିମବଙ୍ଗରେ ନିର୍ମାଚନ ଲଢିବା ନେଇ ଘୋଷଣା କରିଥିଲା। ଏବେ ଶିବସେନାର ଏଣ୍ଟ୍ରି ତୃଣମୂଳ କଂଗ୍ରେସ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜଙ୍କ ପାଇଁ ଚିନ୍ତା ବଢିଛି।
So, here is the much awaited update.
After discussions with Party Chief Shri Uddhav Thackeray, Shivsena has decided to contest the West Bengal Assembly Elections.
We are reaching Kolkata soon…!!
Jai Hind, জয় বাংলা !
— Sanjay Raut (@rautsanjay61) January 17, 2021