Categories: ଜାତୀୟ

ଚାରିଥର ମୁଖ୍ୟମନ୍ତ୍ରୀ ଥିଲେ ବି ଥରେ ରାଜ୍ୟପାଳ ପେଡା ଖୁଆଇ ନାହାନ୍ତି

ମୁମ୍ବାଇ,୪ ।୭: ମହାରାଷ୍ଟ୍ରରେ ଲାଗି ରହିଥିବା ରାଜନୈତିକ ସଙ୍କଟ ଶେଷ ହୋଇଥିବା ବେଳେ ଭାଜପା ସହ ମିଶି ଏକନାଥ ସିନ୍ଧେ ସରକାର ଗଠନ କରି ନେଇଛନ୍ତି । ଏକନାଥ ସିନ୍ଧେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିଶ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ସୋମବାର ସରକାର ବହୁମତ ସାବ୍ୟସ୍ତ କରିବେ । ଇତିମଧ୍ୟରେ ଶିବସେନା ତା’ର ମୁଖପତ୍ର ‘ସାମନା’ରେ ରାଜ୍ୟପାଳ ଭଗତ ସିଂ କୋଶିୟାରୀଙ୍କୁ ଟାର୍ଗେଟ କରିଛନ୍ତି । ସାମନାରେ ଶିବସେନା ଏନସିପି ମୁଖ୍ୟ ଶରଦ ପାୱାରଙ୍କ କଥାକୁ ନେଇ ଲେଖଛି କି ସେ ୪ ବର୍ଷ ମୁଖ୍ୟମନ୍ତ୍ରୀ ରହିଥିଲେ ହେଲେ ରାଜ୍ୟପାଳ ତାଙ୍କୁ କେବେ ପେଡା ଖୁଆଇ ନାହାନ୍ତି ।
ସାମନାରେ ଶିବସେନା ଲେଖିଛି ମହାରାଷ୍ଟ୍ରରେ ସରକାର ବଦଳିଥିବାରୁ ରାଜ୍ୟପାଳ ଭଗତ ସିଂ କୋଶିୟାରୀ ସବୁଠାରୁ ଅଧିକ ଖୁସି ଅଛନ୍ତି । ଇଂଗ୍ରେଜମାନେ ଯେତେବେଳେ କ୍ରାନ୍ତିକାରୀ ଭଗତ ସିଂଙ୍କୁ ଫାଶୀ ଦେଇଥିଲେ ସେତେବେଳେ ସେମାନେ ଖୁସିଥିଲେ । ସେହି ଇଂଗ୍ରେଜମାନଙ୍କ ଭଳି ଏବେ ରାଜ୍ୟପାଳ ଖୁସି ଅଛନ୍ତି । ଉଦ୍ଧବ ଠାକରେ ଯେବେ ମୁଖ୍ୟମନ୍ତ୍ରୀ ଥିଲେ ସେବେ ରାଜ୍ୟପାଳ ଖୁସି ନ ଥିଲେ, ନା ରାଜଭବନ ନିକଟରେ ଥିବା ପେଡା ଦୋକାନ ବନ୍ଦ ହୋଇଯାଇଥିଲା ।

Share