Categories: ଜାତୀୟ

ସଞ୍ଜୟଙ୍କ ଲେଖାକୁ ନେଇ ଉଠିଲା ବିବାଦ

ମୁମ୍ବାଇ,୨୭ ।୧୨: ଶିବସେନାର ରାଜ୍ୟସଭା ଏମ୍‌ପି ସଞ୍ଜୟ ରାଉତ ଦଳର ମୁଖପତ୍ର ‘ସମାନା’ରେ ଏକ ବିଶେଷ କଲମ ଲେଖିଛନ୍ତି । ସେ ଲେଖିଛନ୍ତି ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ଲାଗିଛନ୍ତି । ଆଉ ଏଭଳି ସ୍ଥିତିରେ ଭାରତ ରୁଷିଆ ଭଳି ଖଣ୍ଡବିଖଣ୍ଡିତ ହୋଇଯିବ । ଭାରତୀୟ ଜନତା ପାର୍ଟି(ଭାଜପା) ସଞ୍ଜୟଙ୍କ ଏହି ଲେଖାକୁ ନେଇ ଆପତ୍ତି ଉଠାଇଛି । ଭାଜପା ମହାରାଷ୍ଟ୍ରରେ ଶାସକ ଶିବସେନା, ଏନ୍‌ସିପି ଓ କଂଗ୍ରେସକୁ ଘେରିଛି । ଭାଜପା କହିଛି ଶିବସେନା ଦେଶର ଶହୀଦଙ୍କର ଅପମାନ କରିଛି । ରାଉତ ଆହୁରି ମଧ୍ୟ ଲେଖିଛନ୍ତି, ସରକାରଙ୍କ ପାଖରେ ପଇସା ନାହିଁ, ହେଲେ ନିର୍ବାଚନ ଜିତିବା ଲାଗି, ସରକାର ଭାଙ୍ଗିବା-ଗଢିବା ଲାଗି ପଇସା ଅଛି । ଯଦି ଏଭଳି ସ୍ଥିତିରେ ଆମ ପ୍ରଧାନମନ୍ତ୍ରୀଙ୍କୁ ରାତିରେ ଭଲ ନିଦ ହେଉଛି ତେବେ ତାଙ୍କୁ ପ୍ରଶଂସା କରିବା ଦରକାର । ନିକଟରେ ଭାଜପା ନେତା କୈଳାଶ ବିଜୟଭର୍ଗିୟ ଯାହା କହିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟପ୍ରଦେଶରେ କଂଗ୍ରେସର କମଲନାଥ ସରକାରଙ୍କୁ ଓପାଡି ଫୋପାଡି ଦେବାକୁ ପ୍ରୟାସ କରିଥିଲେ । ଆମ ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କୁ ଅସ୍ଥିର କରିବାକୁ ବିଶେଷ ରୁଚି ରଖୁଛନ୍ତି ତେବେ କ’ଣ ହେବ । ରାଜନୈତିକ ଅହଂକାର ଯୋଗୁ ମୁମ୍ବାଇର ମୋଟ୍ରୋକୁ ବନ୍ଦ କରି ଦିଆଗଲା । ଯଦି କେନ୍ଦ୍ର ସରକାରଙ୍କ ଚିନ୍ତାରେ ଏତିକି ଆସୁନି କି ରାଜନୈତିକ ଲାଭ ପାଇଁ ଆମେ ଜନତାଙ୍କ କ୍ଷତି କରୁଛୁ ତେବେ ରୁଷିଆ ଭଳି ଆମ ଦେଶରେ ମଧ୍ୟ ବିଭାଜନ ହେବାକୁ ବେଶି ସମୟ ଲାଗିବ ନାହିଁ ।

Share