Categories: ଜାତୀୟ

ଜୟା ବଚ୍ଚନଙ୍କୁ ପ୍ରଶଂସାରେ ପୋତି ପକାଇଲା ଶିବସେନା

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାରେ ଡ୍ରଗ୍ସ କନେକ୍ସନ ଆସିବା ପରେ ବଲିଉଡକୁ ଅନେକ ସମାଲୋଚନା କରାଯାଉଛି। ଡଗ୍ସ ମାମଲାରେ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଗିରଫ ହେବା ପରେ ଏହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ବଲତଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ମଧ୍ୟ ପୂର୍ବରୁ ଏହାକୁ ବିରୋଧ କରି ଆସୁଛନ୍ତି। ରାଜ୍ୟସଭା ଏମ୍‌ପି ତଥା ଅଭିନେତ୍ରୀ ଜୟା ବଚ୍ଚନ ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ସେ ଅଭିନେତା ରବି କିଶନ ଏବଂ କଙ୍ଗନାଙ୍କୁ ଗୃହରେ କଡ଼ା ଟାର୍ଗେଟ କରିଥିଲେ। ଜୟା ବଚ୍ଚନ କହିଥିଲେ ଯେଉଁ ଲୋକମାନେ ବଲିଉଡ୍‌ରେ ନାଁ କମାଇଥିଲେ ସେମାନେ ଆଜି ଇଣ୍ଡଷ୍ଟ୍ରୀକୁ ସମାଲୋଚନା କରୁଛନ୍ତି। ଜୟା ବଚ୍ଚନଙ୍କ ବକ୍ତବ୍ୟ କଙ୍ଗନା ରାଗି ଯାଇଥିବାବେଳେରେ ଶିବସେନା ଖୁସି ବ୍ୟକ୍ତି କରିଛି। ଶିବସେନା ମୁଖପତ୍ର ସାମ୍‌ନାର ସମ୍ପାଦକୀୟରେ ଜୟା ବଚ୍ଚନଙ୍କୁ ପ୍ରଶଂସା କରି କରାଯାଇଛି। ଜୟା ବଚ୍ଚନ ତାଙ୍କ ସତ୍ୟ ବଚନ ଦ୍ୱାରା ବହୁତ ଲୋକପ୍ରିୟ ହୋଇପାରିଛନ୍ତି। ସେ ଯାହାବି ଗୃହରେ କହିଛନ୍ତି ତାହା ସତ। କିଛି ଲୋକ ବଲିଉଡ୍‌କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ସୂଚନାଯୋଗ୍ୟ, କଙ୍ଗନା ଏବଂ ଶିବସେନା ଭିତରେ ଲାଗିଥିବା ବାକ୍‌ଯୁଦ୍ଧ ଥମିବାର ନାଁ ନେଉନି।

Share