ସୀତାଙ୍କ ଚରିତ୍ର ମୋ’ ପାଇଁ ଜାତୀୟ ପୁରସ୍କାର ଜିତିବା ଭଳି: ଶିବ୍ୟା

ବମ୍ବେ: ପରଦାରେ ମା’ ସୀତାଙ୍କ ଭୂମିକା ତୁଲାଇବା କୌଣସି ଜାତୀୟ ପୁରସ୍କାରଠାରୁ କମ୍‌ ନୁହେଁ। ଏଥିଲାଗି ଅଭିନେତ୍ରୀ ଶିବ୍ୟା ପଠାନିଆ ନିଜକୁ ଭାଗ୍ୟଶାଳୀ ବୋଲି ମନେ କରନ୍ତି। ଶିବ୍ୟା ‘ରାଧାକୃଷ୍ଣ’ରେ ରାଧା, ‘ବାଲ ଶିବ’ରେ ମା’ ପାର୍ବତୀ ଏବଂ ‘ରାମ ସିଆ କେ ଲବ କୁଶ’ରେ ସୀତା ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଁଟିଛନ୍ତି।

ଏକ ସାକ୍ଷାତକାରରେ ଶିବ୍ୟା କହିଛନ୍ତି, ବିଶ୍ୱାସ ଏବଂ ଭକ୍ତିରେ ଶକ୍ତି ରହିଛି। ଗତଜନ୍ମରେ ମୁଁ କିଛି ପୁଣ୍ୟ କରିଥିଲି। ଏହି କାରଣରୁ ମୋତେ ମା’ ସୀତା ଭୂମିକାରେ ଅଭିନୟ କରିବାର ସୌଭାଗ୍ୟ ପ୍ରାପ୍ତ ହୋଇଛି। ରାଧା ଭୂମିକା ତୁଲାଇବା ବେଳେ ପୌରାଣିକ ଚରିତ୍ରରେ କିଭଳି ଅଭିନୟ କରିବାକୁ ହୁଏ ଜାଣି ନ ଥିଲି। ସେତେବେଳେ ଲେଖକ ଉତ୍କର୍ଷ ନାଥାନୀ ମୋର ମାର୍ଗଦର୍ଶନ କରିଥିଲେ। ପରେ ଶୁଟିଂ ସମୟରେ ଆପେଆପେ ସମସ୍ତ ଜିନିଷ ସହଜ ହୋଇଯାଉଥିବା ଅନୁଭବ ହୋଇଥିଲା। ଶବ୍ଦରେ ମୁଁ ସେହି ଭାବନାକୁ ବର୍ଣ୍ଣନା କରିପାରିବି ନାହିଁ ବୋଲି ଶିବ୍ୟା କହିଛନ୍ତି।

ତେବେ ଅଯୋଧ୍ୟା ରାମ ମନ୍ଦିର ଉଦ୍‌ଘାଟନ ସମାରୋହରେ ସାମିଲ ହେବାର ସୁଯୋଗ ତାଙ୍କୁ ମିଳିନାହିଁ। ହେଲେ ଜାନୁଆରୀ ୧୧ରେ ହେବାକୁ ଥିବା ଉଦ୍‌ଘାଟନ ସମାରୋହରେ ସାମିଲ ହେଲେ ସେ ଖୁସି ହେବେ ବୋଲି କହିଛନ୍ତି। ଏପରିକି ନିମନ୍ତ୍ରଣ ନ ମିଳିଲେ ବି ପରିବାର ସହ ଯାଇ ନିଶ୍ଚିତ ଭାବେ ଦର୍ଶନ କରିବେ ବୋଲି ସେ କହିଛନ୍ତି।

Share