ପୁଣି ଥରେ ଜେଜେ ହେବେ ମୁକେଶ ଅମ୍ବାନୀ

ମୁମ୍ବାଇ,୨।୪: ପୁଣି ଥରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରକୁ ଏକ କୁନି ଅତିଥି ଆସିବାକୁ ଯାଉଛି। ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ମୁକେଶଙ୍କ ବଡ଼ ବୋହୂ ଶ୍ଲୋକା ମେହେଟ୍ଟା।
ଯଦିଓ ଅମ୍ବାନୀ ପରିବାର ପକ୍ଷରୁ ଏନେଇ ଆନୁଷ୍ଠାନିକ ଘୋଷଣା କରାଯାଇନାହିଁ କିନ୍ତୁ ନୀତା-ମୁକେଶ ଅମ୍ବାନୀ ସାଂସ୍କୃତିକ ସେଣ୍ଟର ଉଦ୍‌ଘାଟନୀ ଅବସରରେ ଶ୍ଲୋକା ବେବି ବମ୍ପ ସହ ନଜର ଆସିଥିଲେ।
ଶ୍ଲୋକା ମେହେଟ୍ଟା ଏବଂ ଆକାଶ ଅମ୍ବାନୀ ୨୦୧୯ରେ ବିବାହ କରିଥିଲେ। ୧୦ ଡିସେମ୍ବର ୨୦୨୦ରେ ଉଭୟ ପ୍ରଥମ ଥର ପାଇଁ ପୁତ୍ର ସନ୍ତାନର ମାତାପିତା ହୋଇଥିଲେ। କିଛି ଦିନ ପୂର୍ବେ ଆକାଶଙ୍କ ଭଉଣୀ ଇଶା ଅମ୍ବାନୀ ମଧ୍ୟ ଯାଆଁଳା ଶିଶୁର ମାତା ହୋଇଥିଲେ।

Share