Categories: ଜାତୀୟ

ଖତୁ ଶ୍ୟାମଜୀ ମନ୍ଦିରରେ ଦଳାଚକଟା: ନିଲମ୍ବିତ ହେଲେ ଥାନା ଅଧିକାରୀ

ସିକର,୮।୮: ରାଜସ୍ଥାନର ସିକର ଜିଲାରେ ଥିବା ଖତୁ ଶ୍ୟାମଜୀ ମନ୍ଦିର ବାହାରେ ସୋମବାର ଦଳାଚକଟା ହୋଇ ୩ ମହିଳା ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିବା ସହ ଅନ୍ୟ ୪ ଜଣ ଆହତ ହୋଇଛନ୍ତି। ଏକାଦଶୀ ତିଥି ଥିବାରୁ ରାଜସ୍ଥାନ ଓ ଅନ୍ୟ ପଡୋଶୀ ରାଜ୍ୟରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଶ୍ୟାମଜୀଙ୍କୁ ଦର୍ଶନ ପାଇଁ ଆସିଥିଲେ। ସେମାନେ ମନ୍ଦିର ପ୍ରବେଶ ଲାଗି ଧାଡ଼ି ଲଗାଇଥିଲେ। ଭୋର ୪ଟା ୩୦ରେ ଦ୍ୱାର ଖୋଲିବା ମାତ୍ରେ ପ୍ରବେଶ ଲାଗି ଠେଲାପେଲାରୁ ଦଳାଚକଟା ହୋଇଥିଲା। ଭିଡ଼ ନିୟନ୍ତ୍ରଣରେ ବିଫଳତା ଲାଗି ଖତୁ ଶ୍ୟାମଜୀ ଥାନା ଅଧିକାରୀ ରିୟା ଚୌଧୁରୀଙ୍କୁ ନିଲମ୍ବନ କରାଯାଇଛି। ଦଳାଚକଟାରେ ଶ୍ରଦ୍ଧାଳୁଙ୍କ ଜୀବନ ଯିବା ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଶୋକବ୍ୟକ୍ତ କରିଛନ୍ତି।

Share