Categories: ଖେଳ

ନିଜ ବାୟୋପିକ ଛାଡ଼ିଲେ ଅଖତର, ନିର୍ମାତାଙ୍କୁ ଦେଲେ ଚେତାବନୀ

ନୂଆଦିଲ୍ଲୀ, ୨୨।୧: ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ତାଙ୍କ ଜୀବନକାହାଣୀକୁ ନେଇ ଫିଲ୍ମ ‘ରାଓ୍ବଲପିଣ୍ଡି ଏକ୍ସପ୍ରେସ’ ଆସୁଥିବା ନେଇ ନିକଟରେ ଘୋଷଣା କରାଯାଇଥିଲା। ଏବେ ଶୋଏବ ଏହି ବାୟୋପିକ୍‌କୁ ପଛକୁ ହଟିଯିବା ସହ ଫିଲ୍ମ ନିର୍ମାତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି।

ସୋସିଆଲ ମିଡିଆରେ ଲମ୍ବା ପୋଷ୍ଟ ଲେଖି ଶୋଏବ କହିଛନ୍ତି, ଦୁଃଖର ସହ କହିବାକୁ ପଡ଼ୁଛି ଯେ ମାସ ମାସ ଧରି ଚର୍ଚ୍ଚା ହେବା ପରେ ଫିଲ୍ମ ରାଓ୍ବଲପିଣ୍ଡି ଏକ୍ସପ୍ରେସରୁ ନିଜକୁ ଅଲଗା କରିନେଇଛି। ଆଗାମୀ ଦିନରେ ଯଦି ନିର୍ମାତା ଏହି ଫିଲ୍ମ ପାଇଁ କାମ କରନ୍ତି ଅଥବା ତାଙ୍କ ନାମ ସହ ଏବଂ ତାଙ୍କ ସହ ଜଡ଼ିତ କିଛି କାହାଣୀ ନିର୍ମାଣ କରନ୍ତି ତେବେ ତାଙ୍କ ବିରୋଧରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ ଚେତାବନୀ ଦେଇଛନ୍ତି।

କହିରଖୁଛୁ, ଅଖତରଙ୍କ ଭୂମିକାରେ ନଜର ଆସିବାକୁ ଥିବା ଅଭିନେତା ଉମୈର ଜାସଓ୍ବାଲ ମଧ୍ୟ ଫିଲ୍ମ ଛାଡ଼ିଛନ୍ତି। ନିର୍ମାତାଙ୍କ ସହ ବିବାଦ ଉପୁଜିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ମାସ ଆରମ୍ଭରୁ ଜଣାଇଥିଲେ।

Share