Categories: ଖେଳ

କୋହଲିଙ୍କୁ ଆଉ ଅଧିକ ତଳକୁ ଖସୁଥିବା ଦେଖିପାରିବି ନାହିଁ: ଅଖ୍‌ତର

ମୁମ୍ବାଇ,୨୭।୫: ଆଇପିଏଲ୍‌ ୨୦୨୨ର କ୍ୱାଲିଫାୟାର-୨ ମୁକାବିଲାରେ ରାଜସ୍ଥାନକୁ ଭେଟିବ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର। ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଶୁକ୍ରବାର ସନ୍ଧ୍ୟା ୭.୩୦ ମିନିଟ ସମୟରେ ଏହି ମ୍ୟାଚ୍‌ ଖେଳାଯିବ। ତେବେ ଏହି ମୁକାବିଲା ପୂର୍ବରୁ ପାକିସ୍ତାନ ଟିମ୍‌ର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ଆର୍‌ସିବି ଷ୍ଟାର ବିରାଟ କୋହଲିଙ୍କୁ ନେଇ ବଡ଼ ବୟାନ ଦେଇଛନ୍ତି। ତାଙ୍କୁ ଏହାଠାରୁ ଅଧିକ ତଳକୁ ଖସୁଥିବା ଦେଖିବାକୁ ଚାହାନ୍ତି ନାହିଁ ବୋଲି ଶୋଏବ କହିଛନ୍ତି।

ଷ୍ଟୋଟ୍ସକିଡା ସହ ସାକ୍ଷାତକାରରେ ଶୋଏବ କହିଛନ୍ତି, ଆଜି ବିରାଟ ନିଜର ଶୋ’ କରନ୍ତୁ ବୋଲି ଚାହୁଁଛି। ସେ ଦଳକୁ ଏଠାରୁ ଆଗକୁ ନିଅନ୍ତୁ। କାରଣ ତାଙ୍କୁ ଅଧିକ ତଳକୁ ଖସୁଥିବା ଦେଖିପାରୁନାହିଁ। ଏସବୁକୁ ଦେଖିଲେ ଆଜିର ମ୍ୟାଚ୍‌ ଦେଖିବା ଉପଯୋଗୀ। ସେ ବିଜୟ ଇନିଂସ ଖେଳନ୍ତୁ ବୋଲି ଚାହୁଁଛି। ଆର୍‌ସିବିକୁ କୂଳରେ ଲଗାଇ ଦିଅନ୍ତୁ। ମୁଁ ତାଙ୍କୁ ଖୁସିରେ ଦେଖିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ଏହାଛଡ଼ା କୋହଲି ଜଣେ ଭଲ ଖେଳାଳି। ତାଙ୍କୁ ବିନା କାରଣରେ ଲୋକେ ଟ୍ରୋଲ କରିଥାନ୍ତି। ହେଲେ ଆଜି ଡରିବା ଦରକାର ନାହିଁ। ମଇଦାନରେ ନିଜର ଖେଳ ଦେଖାଇ ବିପକ୍ଷ ଟିମ୍‌କୁ ବିରାଟ କୋହଲି କିଏ ତାଙ୍କୁ ଜଣାନ୍ତୁ ବୋଲି ସେ କହିଛନ୍ତି।

କହିରଖୁଛୁ, କୋହଲି ଏଯାବତ ଏହି ସିଜନରେ ୧୫ ମ୍ୟାଚ୍‌ ଖେଳିଥିବା ବେଳେ ୩୩୪ ରନ୍‌ କରିଛନ୍ତି। ଏଥିରେ ତାଙ୍କର ମାତ୍ର ଦୁଇଟି ଅର୍ଦ୍ଧଶତକ ରହିଛି। ଚଳିତ ସିଜନରେ ସେ ତିନି ଥର ଗୋଲ୍ଡେନ୍‌ ଡକ୍‌ରେ ଆଉଟ୍‌ ହୋଇଛନ୍ତି।

Share