Categories: ଖେଳ

‘ଭାରତ ଏକ କ୍ରୁର କ୍ରିକେଟ ଟିମ୍‌ ପାଲଟିଗଲାଣି’

ନୂଆଦିଲ୍ଲୀ,୩।୧୧: ଓ୍ବାଙ୍ଖଡେର ଐତିହାସିକ ମଇଦାନରେ ଶ୍ରୀଲଙ୍କା ବିପକ୍ଷରେ ଜବରଦସ୍ତ ବୋଲିଂ ଭାରତୀୟ ବୋଲରମାନେ ପ୍ରଦର୍ଶନ କରିଥିଲେ। ଏହାକୁ ନେଇ ପାକିସ୍ତାନର ପୂର୍ବ ଦ୍ରୁତ ବୋଲର ଶୋଏବ ଅଖତର ଭାରତୀୟ ପେସ୍‌ ବୋଲରଙ୍କ ପ୍ରଶଂସା କରିଛନ୍ତି। ଭାରତ ଏକ କ୍ରୁର ଟିମ୍‌ ପାଲଟି ଯାଇଛି। ଏଭଳି ବୋଲିଂ ଆକ୍ରମଣ ବିଶ୍ୱକପ୍‌ର ବାକି ମ୍ୟାଚ୍‌ରେ ବି ଜାରି ରହିବ ବୋଲି ନିଜର ୟୁଟ୍ୟୁବ ଚ୍ୟାନେଲରେ ସେ କହିଛନ୍ତି।

ଶ୍ରୀଲଙ୍କା ଟିମ୍‌କୁ ୫୫ ରନ୍‌ରେ ଆଉଟ୍‌ କରିବା ନେଇ ଭାରତୀୟଙ୍କୁ ଅପିଲ କରି ଅଖତର କହିଛନ୍ତି, ସମୟ ଆସିଯାଇଛି ଭାରତୀୟମାନେ ନିଜର ଦ୍ରୁତ ବୋଲିଂକୁ ସେଲିବ୍ରେଟ କରନ୍ତୁ। ସମସ୍ତେ ଖୁସି ଅଛନ୍ତି। ଓ୍ବାଙ୍ଖଡେରେ ସମସ୍ତ ଦର୍ଶକ ପ୍ରତିଟି ବଲ୍‌କୁ ଉପଭୋଗ କରୁଥିବା ଦେଖିବାକୁ ମିଳିଲା। ବିଶେଷକରି ମୁଁ ଶାମିଙ୍କ ଲାଗି ଖୁସି ଅଛି ବୋଲି ସେ କହିଛନ୍ତି।

Share