Categories: ଖେଳ

ସଚିନଙ୍କ ପାଇଁ ଆଜି ମୁଁ ଷ୍ଟାର: ଶୋଏବ ଅଖତର

ନୂଆଦିଲ୍ଲୀ,୧୦।୬: ପାକିସ୍ତାନର ସର୍ବୋତ୍ତମ ଦ୍ରୁତ ବୋଲରମାନଙ୍କ ମଧ୍ୟରୁ ଶୋଏବ ଅଖତର ଅନ୍ୟତମ। ନିଜ କ୍ୟାରିୟରରେ ସେ ନିଜର ପ୍ରଭାବୀ ବୋଲିଂ ପାଇଁ ଚର୍ଚ୍ଚାରେ ରହିଆସୁଥିଲେ। ଏବେ ଅବସର ନେବା ପରେ ମଧ୍ୟ ସେ ତାଙ୍କ ବିବୃତ୍ତିକୁ ନେଇ ଲାଇମଲାଇଟ୍‌ରେ ରହିଥାନ୍ତି। ଏହି କ୍ରମରେ ସେ ମହାନ ଭାରତୀୟ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କୁ ନେଇ ବଡ ବୟାନ ଦେଇଛନ୍ତି।

ଶୋଏବ କହିଛନ୍ତି, ଭଗବାନଙ୍କ ପରେ ସଚିନ ହିଁ ସେହି ବ୍ୟକ୍ତି ଯିଏ ତାଙ୍କୁ ଷ୍ଟାର କରିଛନ୍ତି। ୨୩ ବର୍ଷ ପୂର୍ବେ ୧୯୯୯ରେ ଆୟୋଜିତ କୋଲକାତା ଟେଷ୍ଟ ମ୍ୟାଚ୍‌ରେ ଶୋଏବଙ୍କ ବଲ୍‌ରେ ତେନ୍ଦୁଲକର ‘ଗୋଲ୍ଡେନ୍‌ ଡକ୍‌’ରେ ଆଉଟ୍‌ ହୋଇଥିଲେ। ସଚିନଙ୍କ ଉଇକେଟ ନେବା ପରେ ରାତାରାତି ତାଙ୍କୁ ଖ୍ୟାତି ମିଳିଥିଲା। କାରଣ ସଚିନଙ୍କୁ ଆଉଟ୍‌ କରିବା ପରେ ଦର୍ଶକମାନେ ନିରବି ଯାଇଥିଲେ। ସେଠାରେ କେବଳ ତାଙ୍କ କଥା ଶୁଣାଯାଉଥିଲା ବୋଲି ଶୋଏବ କହିଛନ୍ତି।
ତେବେ ଶୋଏବ ୪୬ ଟେଷ୍ଟ, ୧୬୩ ଦିନିକିଅ ଏବଂ ୧୫ ଟି୨୦ ମ୍ୟାଚ୍‌ ଖେଳିଛନ୍ତି। ଏଥିରେ ସେ ଯଥାକ୍ରମେ ୧୭୮,୨୪୭,୧୯ ଉଇକେଟ ନେଇଛନ୍ତି।

Share