Posted inଖେଳ

ଶୋଏବ ଅଖତରଙ୍କ ଭବିଷ୍ୟବାଣୀ: କିଏ ଜିତିବ ଭାରତ-ପାକିସ୍ତାନ ଟି-୨୦ ବିଶ୍ୱକପ୍‌ ମ୍ୟାଚ୍‌

ନୂଆଦିଲ୍ଲୀ,୨୭।୧: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅନୁଷ୍ଠିତ ହେବ ଟି -୨୦ ବିଶ୍ୱକପ। ଅକ୍ଟୋବର ୨୩ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ବିଶ୍ୱକପ ମ୍ୟାଚ ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ ଅଷ୍ଟ୍ରେଲିଆର ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବ। ଉଭୟ ଦଳ ଏହି ମ୍ୟାଚ ମାଧ୍ୟମରେ ନିଜର ଟି -୨୦ ବିଶ୍ୱକପ ଅଭିଯାନ ଆରମ୍ଭ କରିବେ। ଏହାପୂର୍ବରୁ ପାକିସ୍ତାନର ପୂର୍ବତନ ବୋଲର ଶୋଏବ ଅଖତର ଏହି ମ୍ୟାଚ ବିଷୟରେ ଭବିଷ୍ୟବାଣୀ କରିଛନ୍ତି। ଏହି ମ୍ୟାଚରେ ପାକିସ୍ତାନ ଦଳ ଜିତିବ ବୋଲି ସେ କହିଛନ୍ତି। ସେ କହିଛନ୍ତି, ଆମ ଦଳ ପୁଣି ଭାରତକୁ ପରାସ୍ତ କରିବାରେ ସକ୍ଷମ ହେବ। ଟି -୨୦ ରେ ଭାରତ ଅପେକ୍ଷା ପାକିସ୍ତାନ ଦଳ ଭଲ। ଭାରତୀୟ ଗଣମାଧ୍ୟମ ହିଁ ନିଜ ଦଳ ଉପରେ ଅନାବଶ୍ୟକ ଚାପ ପକାଇଥାଏ। ଏଭଳି ପରିସ୍ଥିତିରେ ଭାରତ ହାରିଯିବା ସ୍ବାଭାବିକ।
ଗତ ବର୍ଷ ସଂଯୁକ୍ତ ଆରବ ଏମିରେଟ୍ସରେ ଆୟୋଜିତ ଟି -୨୦ ବିଶ୍ୱକପରେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୋଇଥିଲେ। ଏହି ମ୍ୟାଚ୍‌ରେ ପାକିସ୍ତାନ ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ୧୦ ଉଇକେଟରେ ଭାରତକୁ ପରାସ୍ତ କରଥିଲା। କୌଣସି ବିଶ୍ୱକପରେ ପାକିସ୍ତାନ ହାତରେ ଭାରତୀୟ ଦଳ ପାଇଁ ଏହା ପ୍ରଥମ ପରାଜୟ ଥିଲା। ଏହି ପରାଜୟ ପରେ ସୁପର -୧୨ ରାଉଣ୍ଡରେ ଭାରତ ନ୍ୟୁଜିଲାଣ୍ଡ ବିପକ୍ଷରେ ପରାଜୟର ସାମ୍ନା କରିବାକୁ ପଡିଥିଲା ଏବଂ ଦଳ ସେମିଫାଇନାଲରେ ପ୍ରବେଶ କରିପାରି ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ବଡ଼ ରେକର୍ଡ ଭାଙ୍ଗିଦେଲେ ତିଳକ ବର୍ମା

ସେଞ୍ଚୁରିୟନ୍‌,୧୬।୧୧: ତିଳକ ବର୍ମା ଦକ୍ଷିଣ ଆଫ୍ରିକା ବିପକ୍ଷରେ ବିସ୍ଫୋରକ ପ୍ରଦର୍ଶନ କରି କ୍ରମାଗତ ଦ୍ୱିତୀୟ ଶତକ ହାସଲ କରିଛନ୍ତି। ଟି-୨୦ ସିରିଜର ଚତୁର୍ଥ ମ୍ୟାଚ୍‌ରେ ଟିମ...

ଦ୍ଵିତୀୟ ଥର ପାଇଁ ବାପା ହେଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୧୬/୧୧: ଖୁସି ଖବର ଦେଲେ ଭାରତୀୟ କ୍ରିକେଟର ରୋହିତ ଶର୍ମା। ସେ ଦ୍ଵିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ସ୍ତ୍ରୀ ରିତିକା ଏକ ପୁତ୍ର...

ପାଞ୍ଚ ମ୍ୟାଚରେ ତିନି ଶତକ ସହିତ ଅନେକ ରେକର୍ଡ ଭାଙ୍ଗିଲେ ସାମସନ୍: ପଛରେ ପଡିଲେ ଧୋନୀ, ପନ୍ତ, ରାହୁଲ ଏବଂ ଇଶାନ୍

ନୂଆଦିଲ୍ଲୀ,୧୪ା୧୧: ଭାରତ ଏବଦଖିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଚାରି ମ୍ୟାଚ୍ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜର ଚତୁର୍ଥ ମୁକାବିଲାରେ ଭାରତୀୟ ବ୍ୟାଟରମାନେ ଅନେକ ରେକର୍ଡ ଭାଙ୍ଗିଛନ୍ତି।...

ଖ୍ୟାତନାମା ବକ୍ସର ମାଇକ୍‌ ଟାଇସନ୍‌ କ’ଣ ମୁସଲମାନ? ୫ ହଜାର କୋଟି ରୋଜଗାର କରି ବି ହୋଇଛନ୍ତି ଦେବାଳିଆ, ଏବେ…

ନୂଆଦିଲ୍ଲୀ,୧୫।୧୧: ଦୁନିଆର ସର୍ବଶ୍ରେଷ୍ଠ ବକ୍ସରମାନଙ୍କ ମଧ୍ୟରେ ପରିଗଣିତ ହେଉଥିବା ମାଇକ ଟାଇସନ ୧୯ ବର୍ଷ ପରେ ବୃତ୍ତିଗତ ଭାବେ ପ୍ରତିଦ୍ୱନ୍ଦ୍ୱିତାକୁ ଓହ୍ଲାଇବେ। ନଭେମ୍ବର ୧୬ ରେ...

ବୁମ୍‌ରାଙ୍କ ସହ ୮୦୦୦ ଟଙ୍କାର ବାଜି ଲଗାଇଲେ ପନ୍ତ, ପରେ ଯାହା ଘଟିଲା…

ନୂଆଦିଲ୍ଲୀ,୧୫।୧୧: ବର୍ଡର-ଗାଭାସ୍କର ଟ୍ରଫିରେ ଅଷ୍ଟ୍ରେଲିଆର ମୁକାବିଲା ଲାଗି ଟିମ୍‌ ଇଣ୍ଡିଆ ଖୁବ୍‌ ଝାଳ ବୁହାଉଛି। ନଭେମ୍ବର ୨୨ରେ ଆରମ୍ଭ ହେବାକୁ ଥିବା ପର୍ଥ ଟେଷ୍ଟ ପୂର୍ବରୁ...

IPL ପୂର୍ବରୁ ଏହି ଟିମ୍‌ର ଅଧିନାୟକ ହେଲେ ପନ୍ତ! ୬ ଖେଳାଳିଙ୍କ ଉପରେ ୭୦ କୋଟି ଦାମ୍‌ ଲଗାଇଲା ପଞ୍ଜାବ

ନୂଆଦିଲ୍ଲୀ,୧୫।୧୧: ଆଇପିଏଲ୍‌ ୨୦୨୫ ପୂର୍ବରୁ ମେଗା ଅକ୍ସନର ଆୟୋଜନ ସାଉଦି ଆରବରେ କରାଯିବ। ନଭେମ୍ବର ୨୪ ଏବଂ ୨୫ ତାରିଖ ଏଥିଲାଗି ଚୟନ କରାଯାଇଛି। ଏଥର...

ଘୋଷଣା ହେଲା ଆଇପିଏଲ ୨୦୨୫ରେ ନିଲାମୀ ହେବାକୁ ଥିବା ଖେଳାଳିଙ୍କ ତାଲିକା

ମୁମ୍ବାଇ,୧୫ା୧୧: ବହୁ ପ୍ରତୀକ୍ଷିତ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳାଳିଙ୍କ ନିଲାମ ତାଲିକା ପ୍ରକାଶ ପାଇଛି। ଆଗାମୀ ସିଜିନ୍ ପାଇଁ ସମୁଦାୟ ୫୭୪ ଖେଳାଳିଙ୍କ...

ପିଓକେ ଯିବ ନାହିଁ ଚାମ୍ପିୟନ୍ସ ଟ୍ରଫି, ଭାରତର ପ୍ରତିବାଦ ପରେ ଆଇସିସିର ନିଷ୍ପତ୍ତି

ନୂଆଦିଲ୍ଲୀ,୧୫ା୧୧: ଆସନ୍ତା ବର୍ଷ ପାକିସ୍ତାନ ଦ୍ୱାରା ଚାମ୍ପିଅନ୍ସ ଟ୍ରଫି ଆୟୋଜିତ ହେବ। ଏହା ପୂର୍ବରୁ ପ୍ରଚାର,ପ୍ରସାର ବା ସହର ପରିକ୍ରମା କରିବା ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ...

Advertisement
Dharitri Youth Conclave 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri