ପୂର୍ବରୁ ଗର୍ଭପାତର ଦୁଃଖ ସହିଥିଲେ ଦୀପିକା, ଏଥିଲାଗି ଲୁଚାଇଥିଲେ…

ବମ୍ବେ: ଦୀର୍ଘଦିନର ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ। ଶେଷରେ ମାତାପିତା ହେବାକୁ ଯାଉଥିବା ସ୍ପଷ୍ଟ କରିଛନ୍ତି ଅଭିନେତ୍ରୀ ଦୀପିକା କକ୍କଡ-ଅଭିନେତା ସୋଏବ ଇବ୍ରାହିମ। ଉଭୟ ସୋସିଆଲ ମିଡିଆରେ ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ଖୁସିଖବର ଦେଇଛନ୍ତି।

ପୂର୍ବରୁ ମଧ୍ୟ ଗତ ବର୍ଷ ଫେବୃୟାରୀରେ ଗର୍ଭବତୀ ହୋଇଥିଲେ। ହେଲେ ୪ ରୁ ୬ ସପ୍ତାହ ପରେ ତାଙ୍କର ଗର୍ଭପାତ ହୋଇଥିଲା। ଏହା ଦୀପିକାଙ୍କୁ ଭାଙ୍ଗି ଦେଇଥିଲା। ସୋଏବଙ୍କ ମା’ ମଧ୍ୟ ଚିନ୍ତିତ ହୋଇଥିଲେ। ଏହି ଦୁଃଖକୁ ଭୁଲିବାକୁ ସମସ୍ତଙ୍କୁ ବହୁତ ସମୟ ଲାଗିଥିଲା।

ଦୁଃଖ ପରେ ସୁଖ ଆସିବା ଭଳି ବିବାହର ୪ ବର୍ଷ ପରେ ଦୁହିଁଙ୍କ ଜୀବନରେ ଖୁସି ଆସିଛି। ହେଲେ ଡାକ୍ତର ଏବଂ ପରିବାରଲୋକଙ୍କ କହିବା ମୁତାବକ ସେମାନେ ତିନି ମାସ ଅପେକ୍ଷା କରିଥିଲେ। ଏହାପରେ ସେମାନେ ସମସ୍ତଙ୍କ ସହ ନିଜ ଖୁସିକୁ ବାଣ୍ଟିଛନ୍ତି। ତେବେ ଏହା ଜଣାପଡ଼ିବା ପରେ ସମସ୍ତେ ଦୁହିଁଙ୍କୁ ଶୁଭକାମନା ଜଣାଉଛନ୍ତି।

Share