Categories: ଖେଳ

ଶୋଏବଙ୍କ ପ୍ରଥମ ପତ୍ନୀ ବି ଥିଲେ ଭାରତୀୟ; ଛାଡ଼ପତ୍ର ନ ଦେଇ ସାନିଆଙ୍କୁ କରିଥିଲେ ବିବାହ…

ନୂଆଦିଲ୍ଲୀ: ଭାରତୀୟ ଟେନିସ ଷ୍ଟାର ସାନିଆ ମିର୍ଜା ଏବଂ ପାକିସ୍ତାନ କ୍ରିକେଟର ଶୋଏବ ମଲିକଙ୍କ ସମ୍ପର୍କରେ ଫାଟ। ୨୦୧୦ରେ ଶୋଏବଙ୍କୁ ବିବାହ କରିଥିଲେ ସାନିଆ। ଏବେ ୧୨ ବର୍ଷର ବିବାହରେ ତିକ୍ତତା ଆସିଛି। ଉଭୟ ଶୀଘ୍ର ଛାଡ଼ପତ୍ର ନେବେ ବୋଲି କୁହାଯାଉଥିଲେ ହେଁ ଏଯାବତ ସେମାନଙ୍କ ପକ୍ଷରୁ ବିଧିବଦ୍ଧ ଭାବେ କିଛି ବୟାନ ଆସିନାହିଁ।

ବହୁତ କମ୍‌ ଲୋକ ଜାଣନ୍ତି ଯେ ସାନିଆ ଶୋଏବଙ୍କ ଦ୍ୱିତୀୟ ପତ୍ନୀ। ତାଙ୍କ ପୂର୍ବରୁ ଶୋଏବ ହାଇଦ୍ରାବାଦର ଆଏଶା ସିଦ୍ଧିକିଙ୍କୁ ବିବାହ କରିଥିଲେ। ଆଏଶାଙ୍କୁ ଛାଡ଼ପତ୍ର ନ ଦେଇ ଶୋଏବ ସାନିଆଙ୍କ ହାତ ଧରିଥିଲେ। ପରେ ଆଏଶା ବିବାହକୁ ନେଇ ମୁହଁ ଖୋଲିବା ପରେ ଶୋଏବ ଦ୍ୱିତୀୟ ବିବାହ ପରେ ତାଙ୍କଠାରୁ ଅଲଗା ହୋଇଥିଲେ। ତେବେ ସେ ମୋଟି ଥିବାରୁ ଶୋଏବ ତାଙ୍କୁ ପସନ୍ଦ କରି ନ ଥିବା ଜଣାପଡ଼ିଥିଲା।

କହିରଖୁଛୁ, ୨୦୦୩ରେ ଶୋଏବ ସାନିଆଙ୍କୁ ଭେଟିଥିଲେ। ସେତେବେଳେ ପରସ୍ପରକୁ ସେତେଟା ପସନ୍ଦ କରୁ ନ ଥିଲେ ଦୁହେଁ। ହେଲେ ୨୦୦୯ରେ ଉଭୟ ଏକାଠି ହୋଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଏପ୍ରିଲ ୧୨, ୨୦୧୦ରେ ଏକ ପାରମ୍ପରିକ ସମାରୋହରେ ଦୁହେଁ ବିବାହ କରିଥିଲେ। ବିବାହର ୮ ବର୍ଷ ପରେ ସାନିଆ ପୁଅ ଇଜହାନ ମିର୍ଜାଙ୍କୁ ଜନ୍ମ ଦେଇଥିଲେ।

Share