ଇସଲାମାବାଦ,୨୬।୧: ପାକିସ୍ତାନ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଶୋଏବ ମଲିକ ଗତ କିଛି ଦିନ ହେବ ଖବରରେ ଅଛନ୍ତି। ଭାରତୀୟ ଟେନିସ ତାରକା ସାନିଆ ମିର୍ଜାଙ୍କଠାରୁ ତଲାକ୍ ନେଇ ସେ ତୃତୀୟ ଥର ବିବାହ କରିବା ପରେ ଲାଇମଲାଇଟକୁ ଆସିଥିଲେ। ବର୍ତ୍ତମାନ ମ୍ୟାଚ ଫିକ୍ସିଂ ଜାଲରେ ଧରାଯିବା କାରଣରୁ ଶୋଏବ ମଲିକ ହେଡଲାଇନକୁ ଆସିଛନ୍ତି। ବାଂଲାଦେଶ ପ୍ରିମିୟର ଲିଗ୍ ସମୟରେ ପାକିସ୍ତାନୀ କ୍ରିକେଟର ମ୍ୟାଚ ଫିକ୍ସିଂ କରିଥିବା ସନ୍ଦେହ କରାଯାଉଛି। ପ୍ରକାଶ ଯେ, ଫ୍ରାଞ୍ଚାଇଜ ଦଳ ଫର୍ଚ୍ୟୁନ ବାରିଶାଲ ତାଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଚୁକ୍ତିନାମାକୁ ରଦ୍ଦ କରିଛନ୍ତି।
ମ୍ୟାଚ ଫିକ୍ସିଂରେ ପାକିସ୍ତାନ କ୍ରିକେଟ ଦଳର ଖେଳାଳିଙ୍କ ନାମ ଜଡିତ ହେବା ଏକ ନୂଆ କଥା ନୁହେଁ। ଏହା ପୂର୍ବରୁ ମଧ୍ୟ ଏଥିରେ ଅନେକ ବଡ ନାମ ସାମ୍ନାକୁ ଆସିଛି। ଏହି କାରଣରୁ ଜଣେ ଅଧିନାୟକ ଏବଂ ଦୁଇ ବୋଲରଙ୍କ କ୍ୟାରିୟର୍ ନଷ୍ଟ ହୋଇଯାଇଛି। ବର୍ତ୍ତମାନ ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ନାମ ଫିକ୍ସିଂ ସହିତ ଜଡିତ ଥିବା ଜଣାପଡିଛି। ବାଂଲାଦେଶ ପ୍ରିମିୟର ଲିଗ୍ ସମୟରେ ସେ ଖୁଲନା ଟାଇଗର୍ସ ବିପକ୍ଷରେ ଗୋଟିଏ ଓଭରରେ ତିନୋଟି ବଲ ବୋଲିଂ କରିଥିଲେ ଏବଂ ଏହି କାରଣରୁ ତାଙ୍କ ବିରୋଧରେ ଫିକ୍ସିଂ ସନ୍ଦେହ ବଢୁଛି।
CONTRACT TERMINATED. ❌
🚨 Fortune Barishal terminated the contract of Shoaib Malik as per Barishal team owner.
Malik bowled three no-balls in a row during a match. #BPL2024 pic.twitter.com/LVQMCJbnmZ
— Saif Ahmed (@saifahmed75) January 26, 2024