ପାକିସ୍ତାନର ପୂର୍ବତନ କ୍ରିକେଟର ସୋଏବ ଅଖତର ଭାରତୀୟ ସିନେମାର ବର୍ଷୀୟାନ ଗାୟକ କିଶୋର କୁମାରଙ୍କ ଗୀତ ଗାଉଥିବାର ଏକ ଭିଡିଓ ୟୁଟ୍ୟୁବରେ ଅପଲୋଡ୍ ହୋଇଛି। ହାପେନ୍ଡହ୍ବାଟ୍ ଆକାଉଣ୍ଟରେ ଶେୟାର ହୋଇଥିବା ୫ ମିନିଟ୍ର ଏହି ଭିଡିଓକୁ ୫୫ ହଜାରରୁ ଅଧିକ ଥର ଦେଖାସରିଲାଣି। ସୋଏବ ଏକ ପାର୍ଟିରେ ଥିବାବେଳେ ତାଙ୍କ ବନ୍ଧୁମାନେ ଗୀତ ଗାଇବାକୁ ଅନୁରୋଧ କରିବାରୁ ସେ କିଶୋରକୁମାରଙ୍କ ୧୯୭୭ର ‘ଆତେ ଜାତେ ଖୁବ୍ସୁରତ ଆଓ୍ବାରା’ ଗୀତ ଗାଇଥିଲେ। ଏଥିସହ ‘ମେରେ ନସିବ୍ ମେ ୟେ ଦୋସ୍ତ’ର ମଧ୍ୟ କିଛି ଲାଇନ ସେ ଗାଇଥିଲେ। ତାଙ୍କ ସ୍ବରଙ୍କୁ ପ୍ରଶଂସକମାନେ ବେଶ୍ ପ୍ରଂଶସା କରି କମେଣ୍ଟ କରିଛନ୍ତି।