Categories: ଜାତୀୟ

ଅଖିଳେଶଙ୍କୁ ଝଟକା ପରେ ଝଟକା: ଜୟନ୍ତ ଚୋଧୁରୀ ଛାଡିଲେ ସାଥୀ, ସ୍ବାମୀ ପ୍ରସାଦ ଅସନ୍ତୁଷ୍ଟ, ଏବେ ପଲ୍ଲବୀ ଦେଖାଇଲେ ନାଲି ଆଖି…

ଲକ୍ଷ୍ନୌ,୧୪।୨ : ଲୋକସଭା ନିର୍ବାଚନ ପାଖେଇ ଆସୁଥିବାବେଳେ ନିଜ ଲୋକମାନେ ଅଖିଳେଶଙ୍କ ଯାଦବଙ୍କଠାରୁ ଦୂରେଇବାରେ ଲାଗିଛନ୍ତି। ସେମାନଙ୍କ ଯୋଗୁ ଅଖିଳେଶଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଇଣ୍ଡିଆକୁ ସହଯୋଗ କରି ପିଡିଏ ସୂତ୍ର ସାହାଯ୍ୟରେ ଉତ୍ତରପ୍ରଦେଶରେ ଭାଜପା ଏବଂ ଏନଡିଏକୁ ପରାସ୍ତ କରିବାକୁ ପ୍ରସ୍ତୁତି ଚାଲିଥିଲା, ମାତ୍ର କିଛି ଦିନ ମଧ୍ୟରେ ପରିସ୍ଥିତି ଏପରି ଭାବରେ ବଦଳିବାରେ ଲାଗିଛି।

ଜୟନ୍ତ ଚୌଧୁରୀ ଅଖିଳେଶଙ୍କ ସାଥୀ ଛାଡି ଭାଜପାରେ ଯୋଗ ଦେଇଛନ୍ତି। ସମାଜବାଦୀ ପାର୍ଟିର ଜାତୀୟ ମହାସଚିବ ସ୍ବାମୀ ପ୍ରସାଦ ମୌର୍ଯ୍ୟ ଇସ୍ତଫା ଦେଇଛନ୍ତି। ଫଳରେ ଅଖିଳେଶଙ୍କୁ ଝଟକା ପରେ ଝଟକା ଲାଗିଛି। ବର୍ତ୍ତମାନ ଖବର ଆସୁଛି ରାଜ୍ୟସଭା ନିର୍ବାଚନରେ ଆପ୍ନା ଦଳ କମେରୱାଡିକୁ ଗୋଟିଏ ବି ଆସନ ନ ଦେଇ ଥିବାରୁ ପଲ୍ଲବୀ ପଟେଲ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ସମର୍ଥନ କରିବାକୁ ମନା କରି ଦେଇଛନ୍ତି।

ବାସ୍ତବରେ ସମାଜବାଦୀ ପାର୍ଟି ଏହାର କୋଟାରୁ ରାଜ୍ୟ ସଭାକୁ ୩ ଜଣ ପ୍ରାର୍ଥୀ ପଠାଇବାକୁ ନିଷ୍ପତ୍ତି ନେଇଛି। ଜୟା ବଚ୍ଚନଙ୍କ ବ୍ୟତୀତ ଉତ୍ତରପ୍ରଦେଶ ସରକାରଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଆଲୋକ ରଂଜନଙ୍କ ନାମ ମଧ୍ୟ ଏଥିରେ ଅନ୍ତର୍ଭୁକ୍ତ ଏବଂ ଅନ୍ୟ ନାମ ହେଉଛି ରାମଜିଲାଲ ସୁମନ। ଉଭୟ ଜୟା ବଚ୍ଚନ ଏବଂ ଆଲୋକ ରଂଜନ ଉଚ୍ଚ ଜାତିର ଅଟନ୍ତି। ଆପନା ଦଳ କମେରୱାଡି ଆଶା କରୁଥିଲା ହୁଏତ ସେମାନଙ୍କୁ ମଧ୍ୟ ରାଜ୍ୟସଭାରେ ଏକ ଆସନ ଦିଆଯିବ।

କିନ୍ତୁ ଯେତେବେଳେ ସମାଜବାଦୀ ପାର୍ଟି ଏହାର ତିନି ଜଣ ପ୍ରାର୍ଥୀ ଘୋଷଣା କଲେ, ସେତେବେଳେ ପଲ୍ଲବୀ ପଟେଲ ପଚାରିଛନ୍ତି ଏଗୁଡ଼ିକରେ ପିଡିଏ ସୂତ୍ର କେଉଁଠାରେ ଅଛି? ଖବର ପ୍ରକାଶ ପାଇଛି ଯେ ସମାଜବାଦୀ ପାର୍ଟି ଟିକେଟରେ ନିର୍ବାଚନରେ ଜିତି ବିଧାୟକ ହୋଇଥିବା ପଲ୍ଲବୀ ସମାଜବାଦୀ ପାର୍ଟି ପ୍ରାର୍ଥୀଙ୍କୁ ଭୋଟ ଦେବେ ନାହିଁ ବୋଲି କହିଛନ୍ତି। ଏପରି କରି ସେ ଅଖିଳେଶଙ୍କୁ ନାଲି ଆଖି ଦେଖାଇଛନ୍ତି। ଫଳରେ ଅଖିଳେଶଙ୍କ ସମସ୍ୟା ବଢ଼ିବାରେ ଲାଗିଛି।

Share