Categories: ଜାତୀୟ

ଏଏପିକୁ ଝଟ୍‌କା, ୧୫ ଜୁନ ସୁଦ୍ଧା ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୩: ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି(ଏଏପି)କୁ ତାଙ୍କ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୧୫ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ, ଆମ ଆଦମୀ ପାର୍ଟି ବିରୋଧରେ ଏକ ଅଭିଯୋଗ କରାଯାଇଥିଲା ଯେ ରାଉଜ ଆଭେନ୍ୟୁ କୋର୍ଟକୁ ଦିଆଯାଇଥିବା ଜମିରେ ସେମାନଙ୍କ କାର୍ଯ୍ୟାଳୟ ନିର୍ମାଣ କରାଯାଇଥିଲା।
ଏହି ପ୍ରସଙ୍ଗରେ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରି କାର୍ଯ୍ୟାଳୟ ଖାଲି କରିବାକୁ କହିଥିଲେ। ଏହି ନିଷ୍ପତ୍ତି ବିରୋଧରେ ଏଏପି ସୁପ୍ରିମକୋର୍ଟଙ୍କ ନିକଟରେ ପହଞ୍ଚିଥିଲା। ବର୍ତ୍ତମାନ ସୁପ୍ରିମକୋର୍ଟ ଏହି କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଏଏପି ଏକ ନୂତନ କାର୍ଯ୍ୟାଳୟ ପାଇଁ ସରକାରଙ୍କ ନିକଟରେ ଆବେଦନ କରିପାରିବ।
କୋର୍ଟ ଏହା ମଧ୍ୟ କହିଛନ୍ତି ଯେ ୪ସପ୍ତାହ ମଧ୍ୟରେ ସଂପୃକ୍ତ ବିଭାଗ ଏଏପି ର ଆବେଦନ ଉପରେ ନିଷ୍ପତ୍ତି ନେବା ଉଚିତ। ଅଦାଲତ ସ୍ପଷ୍ଟ କରିଛନ୍ତି ଯେ ଜମି ପୂର୍ବରୁ କୋର୍ଟକୁ ଦିଆଯାଇଥିଲା। ସେହି ଜମିରେ ହାଇକୋର୍ଟ କର୍ମଚାରୀଙ୍କ ପାଇଁ ଏକ ଆବାସିକ କମ୍ପ୍ଲେକ୍ସ ନିର୍ମାଣ କରାଯିବ। ସେଠାରେ ଏଏପି ପାର୍ଟି ଅଫିସ ଚଲାଇପାରିବ ନାହିଁ ।

Share