Categories: ଜାତୀୟ

ଆଜମ ଖାନ୍‌ଙ୍କୁ ଝଟ୍‌କା

ଲକ୍ଷ୍ନୌ,୧୪।୭: ବରିଷ୍ଠ ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କ ଓ୍ବାଇ ବର୍ଗର ସୁରକ୍ଷା ହଟାଇ ଦିଆଯାଇଛି। ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବିଭାଗ ଦ୍ୱାରା ଜାରି କରାଯାଇଥିବା ଏକ ଚିଠିରେ କୁହାଯାଇଛି ଯେ, ଆଜଦ୍‌ମଙ୍କ ପାଇଁ ଓ୍ବାଇ ବର୍ଗର ସୁରକ୍ଷା ପାଇଁ କୌଣସି ଯଥାର୍ଥତା ମିଳିନାହିଁ। ଓ୍ବାଇ ବର୍ଗର ସୁରକ୍ଷା ଅଧୀନରେ, ଭିଭିଆଇପି ନେତାଙ୍କ ସୁରକ୍ଷା ପାଇଁ ସମୁଦାୟ ୧୧ ଜଣ ଯବାନ ନିୟୋଜିତ ହୋଇଛନ୍ତି। ଏଥିରେ ଦୁଇଟି କମାଣ୍ଡୋ ଏବଂ ଦୁଇଟି ପିଏସ୍‌ଓ ମଧ୍ୟ ଅଛି।
ଆଜମ ବର୍ତ୍ତମାନ ଜେଲରେ ରହିବା ଏବଂ ସ୍ବାସ୍ଥ୍ୟ ଅବସ୍ଥା ଭଲ ହେବା ପରେ କାମକୁ ଫେରୁଛନ୍ତି। ସେ ୨୦୨୪ ନିର୍ବାଚନ ସମ୍ପର୍କରେ କର୍ମୀଙ୍କୁ ଭେଟୁଛନ୍ତି।

Share