ବିଜେଡି ନେତାଙ୍କୁ ଝଟ୍‌କା: ୨୪ କୋଟି ୨୧ ଲକ୍ଷ ଫାଇନ୍‌ ପକାଇଲେ…

ନୟାଗଡ଼,୬।୧୦(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଭାପୁର ତହସିଲ ନିମାଣି ଗାଁସ୍ଥିତ କାସିଆ ପାହାଡ଼ରେ ମାତ୍ରାଧିକ ଖଣି ଉତ୍ତୋଳନ ଓ ଜଙ୍ଗଲ ଜମିରେ ବେଆଇନ ଖନନ ମାମଲାରେ ବିଜେଡି ନେତା ବେଣୁଧର ପ୍ରଧାନଙ୍କୁ ଝଟ୍‌କା। ବେଣୁଧରଙ୍କ ଉପରେ ୨୪ କୋଟି ୨୧ ଲକ୍ଷ ଟଙ୍କାର ଫାଇନ୍‌ କସିଛି ଖଣି ବିଭାଗ। ଲିଜ୍‌ଧରା ନିୟମ ଉଲ୍ଲଘଂନ କରି ଖଣି ଚଲାଉଥିବା ଅଭିଯୋଗ ହୋଇଆସୁଥିଲା। ଅନୁମତି ଠାରୁ ଅଧିକା ଖୋଳା ଯାଇଥିବା ତଦନ୍ତରୁ ଜଣାପଡିଥିଲା। ବାରମ୍ବାର ଅଭିଯୋଗ ପରେ ନୟାଗଡ଼ ଖଣି ଅଧିକାରୀ ଈଶ୍ୱର ପ୍ରଧାନ ଏବଂ ଅନ୍ୟ କିଛି ପୋଲିସ ଫୋର୍ସ ସହ କାସିଆ କାରୀରେ ଗତ ଜୁଲାଇ ୨୨ରେ ଚଢ଼ାଉ କରିଥିଲେ। ଚଉପରେ କାର୍ଯ୍ୟାନୁଷ୍ଠାନ ହୋଇଛି।ପ୍ରକସଜେ ଅନୁମତି ସ୍ଥାନରୁ ମାତ୍ରାଧିକ ଖଣି ଉତ୍ତୋଳନ ହେବା ସହ ଜଙ୍ଗଲ ଜମିରେ ରାସ୍ତା ଓ ପଥର ଖଣି ଖନନ ଅଭିଯୋଗ ରହିଥିଲା। ବାରମ୍ବାର ଅଭିଯୋଗ ପରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନଥିଲା।
ଦୀର୍ଘ ବର୍ଷ ଧରି ବିଜେଡି ନେତା ତଥା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କାସିଆ ଖଣି ଏବଂ ରାଜସ୍ବ ବିଭାଗର ଅଧିକାରୀଙ୍କୁ ହାତ କରି ପାହାଡ଼ରୁ ବେଆଇନ ଭାବେ ଖନନ ଜାରି ରଖିଥିଲେ । ଏ ସଂପର୍କରେ ଗତ ଜୁଲାଇ ୨୦ରେ ଖବର ପ୍ରସାରଣ ହୋଇଥିଲା ନୂଆ ସରକାର ଆସିବା ପରେ ଆକ୍ସନ ନେଇଛି ଖଣି ବିଭାଗ । ଭୁବନେଶ୍ୱର ORSAC ପକ୍ଷରୁ ଅତ୍ୟାଧୁନିକ ଜ୍ଞାନ କୌଶଳଯୁକ୍ତ ମ୍ୟାପିଂ ଯନ୍ତ୍ର ବ୍ୟବହାର କରାଯାଇ ମାପଚୁପ କରାଯାଇଥିଲା । ତେବେ ଖଣି ଅଧିକାରୀଙ୍କ କାର୍ଯ୍ୟାନୁଷ୍ଠାନକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା କହିଛନ୍ତି, ଲିଜଧାରୀ ବେଣୁଧର ପ୍ରଧାନଙ୍କ କମ୍ପାନୀ ପିଆରଓ ।


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣରେ ୧୦୦ ଟପିଲାଟମାଟୋ ଦର

ଭୁବନେଶ୍ୱର,୬।୧୦: ପରିବା ଦରରେ ନିଆଁ ଲାଗିଛି। ମାର୍କେଟକୁ ଗଲେ ୫୦୦ ଟଙ୍କାରେ ମଧ୍ୟ ବ୍ୟାଗ୍‌ ପୁରୁନି। ସବୁ ପରିବା ଦର ହୁହୁ ହୋଇ ବଢ଼ି ଚାଲିଥିବା...

କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ନାମରେ ଅନାସ୍ଥା ପ୍ରସ୍ତାବ

କେସିଙ୍ଗା,୬ା୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧ୍ୟକ୍ଷଙ୍କ ମନମୁଖୀ କାର୍ଯ୍ୟ, ମିଥ୍ୟା ବିଲ୍‌, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟରେ ଦୁର୍ନୀତିକୁ ନେଇ ବ୍ଲକ ଅଧ୍ୟକ୍ଷଙ୍କ ନାମରେ...

ଆଜିଠୁ ମୁଖ୍ୟମନ୍ତ୍ରୀଙ୍କ ଦିଲ୍ଲୀ ଗସ୍ତ

ଭୁବନେଶ୍ୱର,୬ା୧୦: ଆଜିଠୁ ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଦିଲ୍ଲୀରେ ମାଓବାଦୀ ମୁକାବିଲାକୁ ନେଇ ଗୃହମନ୍ତ୍ରୀ ଅମିତ୍ ଶାହା ଅଧ୍ୟକ୍ଷତାରେ ବସିବାକୁ...

ସ୍ତ୍ରୀଙ୍କ ହାତରୁ ପାଣି ପିଇ ହୃଦ୍‌ଘାତରେ ଚାଲିଗଲା ସ୍ବାମୀଙ୍କ ଜୀବନ

ଦିଗପହଣ୍ଡି,୬ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ବି.କ୍ରିଷ୍ଣା ରାଓ ସୁବୁଦ୍ଧିଙ୍କ ରବିବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି।...

ଭାଜପା ସରକାର ଏକ କପି ପେଷ୍ଟ ସରକାର, ଏମିତି କହି ବର୍ଷିଲେ…

ଭୁବନେଶ୍ୱର,୬।୧୦(ଅନିଲ ଦାସ): ରାଜ୍ୟ ଭାଜପା ସରକାରଙ୍କ ଦ୍ୱାରା ୧୬,୦୦୯ କନିଷ୍ଠଶିକ୍ଷକ (ସ୍କିମାଟିକ) ଭାବେ ଆଜି ପ୍ରଦାନ କରାଯାଉଥିବା ନିଯୁକ୍ତି ବିଜେଡି ସରକାରଙ୍କ ସମୟରେ ସମସ୍ତ କାର୍ଯ୍ୟ...

ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ…

ଭଦ୍ରକ ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ସିତାଂଶୁ ଶେଖର ମହାପାତ୍ର। ୨୦୨୪ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କୁ ୧୬,୦୬୮...

ଆଜିଠାରୁ ହବିଷ୍ୟାଳି ଯୋଜନାରେ ପଞ୍ଜୀକରଣ ଆରମ୍ଭ,ଶୀଘ୍ର କରନ୍ତୁ ….

ଭୁବନେଶ୍ୱର,୬।୧୦: ହବିଷ୍ୟାଳି ଯୋଜନାରେ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ପୁରୀରେ ରହି ହବିଷ୍ୟ ବ୍ରତ ପାଇଁ ବ୍ରତଧାରୀ ମାନଙ୍କ ପାଇଁ ଆଜି ଠାରୁ ପଞ୍ଜୀକରଣ...

ଏହି ୩ ଜିଲାରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳ ବର୍ଷା, ସତର୍କ କରାଇଲା ପାଣିପାଗ ବିଭାଗ

ଭୁବନେଶ୍ୱର,୬ା୧୦: ରାଜ୍ୟର କିଛି ଜିଲାରେ ପ୍ରବଳ ଗରମ ଅନୁଭୂତ ହେଉଥିବା ବେଳେ ଆଉ କିଛି ଜିଲାରେ ପାଗ ମେଘୁଆ ରହୁଛି। ଆଉ କିଛି ଜିଲାରେ କୁହୁଡ଼ି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri