Categories: ଜାତୀୟ

ଭାଜପାକୁ ଝଟ୍‌କା! ପଶୁପତି ପରାସ ପୁତୁରା ଚିରାଗଙ୍କ ସହ ଆପୋଷ ବୁଝାମଣା ଚାହୁଁ ନାହାଁନ୍ତି…

ପାଟନା,୧୭।୭ : ସମସ୍ତ ରାଜନୈତିକ ଦଳ ୨୦୨୪ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଗୋଟିଏ ପଟେ ଭାଜପା ଏନଡିଏରେ ନିଜର ପୁରୁଣା ସହଯୋଗୀଙ୍କୁ ଫେରାଇ ଆଣିବାରେ ନିୟୋଜିତ ଥିବାବେଳେ ବିରୋଧୀ ଦଳ ମଧ୍ୟ ମହାମେଣ୍ଟ ପାଇଁ ପ୍ରସ୍ତୁତି କରୁଛନ୍ତି। ଏସବୁ ମଧ୍ୟରେ ଭାଜପାକୁ ଏକ ଝଟ୍‌କା ଲାଗିଛି। କାରଣ, ବିହାରର ପଶୁପତି ପାରସ ଏମ ପି ପୁତୁରା ଚିରାଗ ପାସୱାନଙ୍କ ସହ ଆପୋଷ ବୁଝାମଣା କରିବାକୁ ମନା କରି ଦେଇଛନ୍ତି। ଏହା ସହିତ ହାଜିପୁର ଆସନରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମଧ୍ୟ ଘୋଷଣା କରିଛନ୍ତି।

ବାସ୍ତବରେ, ଭାରତୀୟ ଜନତା ପାର୍ଟି ଚାହୁଁଛି ପଶୁପତି ପରସ ଏବଂ ଚିରାଗ ପାସୱାନ ଏକଜୁଟ ହୋଇ ୨୦୨୪ ନିର୍ବାଚନରେ ଏଲଜେପିରୁ ପ୍ରତିଦ୍ୱନ୍ଦ୍ୱିତା କରନ୍ତୁ। କେନ୍ଦ୍ର ସ୍ବରାଷ୍ଟ୍ର ରାଷ୍ଟ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ୧୪ ଜୁଲାଇରେ ପଶୁପତି ପାରସଙ୍କୁ ଭେଟିଥିଲେ। କିନ୍ତୁ ପଶୁପତି ଭାରତୀୟ ଜନତା ପାର୍ଟିର ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି ଦଳ ସହିତ ହୃଦୟ ମଧ୍ୟ ଭାଙ୍ଗି ଯାଇଛି। ସେ ଏହି ଜୀବନରେ ଚିରାଗ ପାସୱାନଙ୍କ ସହିତ ଏକାଠି ଆସିପାରିବେ ନାହିଁ। ଏହାପୂର୍ବରୁ ନିତ୍ୟାନନ୍ଦ ରାୟ ମଧ୍ୟ ଚିରାଗ ପାସୱାନଙ୍କୁ ଭେଟିଥିଲେ।

Share