Categories: ଜାତୀୟ

ଚାଇନାକୁ ପୁଣି ଝଟ୍‌କା: ହାତରୁ ଗଲା କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟ

ଲକ୍ଷ୍ନୌ, ୪।୭: ଗଲଓ୍ବାନ ଘାଟିରେ ୨୦ ଜଣ ଭାରତୀୟ ଯବାନ ଶହୀଦ୍‌ ହେବା ପରେ ଦେଶରେ ଚାଇନା ବିରୋଧୀ ଅଭିଯାନ ଜାରି ରହିଛି। ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସରକାରଙ୍କ ପକ୍ଷରୁ ଚାଇନାକୁ ପୁଣି ଏକ ଝଟ୍‌କା ଦିଆଯାଇଛି। କାନପୁର-ଆଗ୍ରା ମେଟ୍ରୋ ପ୍ରୋଜେକ୍ଟରୁ ଚାଇନାକୁ ହଟାଇ ଦିଆଯାଇଛି। ଏଥିପାଇଁ ଚାଇନା କମ୍ପାନୀର ଟେଣ୍ଡର ଆବେଦନକୁ ଯୋଗୀ ସରକାର ଖାରଜ କରିଦେଇଛନ୍ତି। ଏହାର ଠିକା ଏବେ ବୋମ୍ବାର୍ଡିଅର ଟ୍ରାନ୍ସପୋର୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲମିଟେଡ୍‌କୁ ମିଳିଛି। ୟୁପିଏମ୍‌ଆର୍‌ସି ପକ୍ଷରୁ ଆହ୍ବାନ କରାଯାଇଥିବା ଏହି ଟେଣ୍ଡରରେ ଚାଇନା କମ୍ପାନୀ ସିଆର୍‌ଆର୍‌ସି ନୈନ୍‌ଜିଙ୍ଗ୍‌ ପୁଜହେନ୍‌ ଲିମିଟେଡ୍‌ ମଧ୍ୟ ଆବେଦନ କରିଥିଲା। ତେବେ କେତେକ ଜ୍ଞାନକୌଶଳର ଅଭାବ ଥିବା ଦର୍ଶାଇ ଏହି ଆବେଦନକୁ ଖାରଜ କରି ଦିଆଯାଇଛି।

Share