ଚାଇନାକୁ ପୁଣି ଝଟ୍‌କା: ଲଦାଖ ପ୍ରସଙ୍ଗରେ ଭାରତ ସମର୍ଥନରେ ବାହାରିଲା ଏହି ଦେଶ

ଟୋକିଓ,୩।୭: ଲଦାଖ ଗଲୱାନ ଉପତ୍ୟକାରେ ସଂଘର୍ଷ ପରେ ଭାରତ ଓ ଚାଇନା ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ବିବାଦକୁ ନେଇ ଶୁକ୍ରବାର ଜାପାନ ପ୍ରତିକ୍ରିୟା ରଖିଛି। ଲଦାଖ ପ୍ରସଙ୍ଗରେ ଜାପାନ ଭାରତକୁ ସମର୍ଥନ କରିବାକୁ ଯାଇ ଚାଇନାକୁ ବିରୋଧ କରିଛି। ଦୁଇ ଦେଶ ଶାନ୍ତିପୂର୍ଣ୍ଣ ବୁଝାମଣା ଭିତ୍ତିରେ ଏହି ବିବାଦର ସମାଧାନ କରିବା ଉଚିତ ବୋଲି ଜାପାନ କହିଛି। ଏଲଏସି ସ୍ଥିତି ସମ୍ପର୍କରେ ବୈଦେଶିକ ସଚିବ ହର୍ଷବର୍ଦ୍ଧନ ଶୃଙ୍ଗଲାଙ୍କ ସହ ଆଲୋଚନା କରିବା ପରେ ଜାପାନର ରାଷ୍ଟ୍ରଦୂତ ସତୋଶି ସୁଜୁକି ଏଭଳି ମନ୍ତବ୍ୟ ଦେଇଛନ୍ତି। ଏଥିସହ ସେ ଟୁଇଟ କରି କହିଛନ୍ତି, ଭାରତ ସରକାର ଏହି ବିବାଦର ସମାଧାନ ପାଇଁ ଯେଉଁ ସବୁ ନୀତି ଆପଣାଇଛନ୍ତି ତାହା ପ୍ରଶଂସନୀୟ। ଜାପାନ ମଧ୍ୟ ଶାନ୍ତିପୂର୍ଣ୍ଣ ସଂକଳ୍ପ ସପକ୍ଷରେ ରହିଛି। ଏଲଏସିର ସ୍ଥିତାବସ୍ଥା ପରିବର୍ତ୍ତନ କରିବାର ସମସ୍ତ ଉଦ୍ୟମକୁ ଜାପାନ ଜୋରଦାର ବିରୋଧ କରୁଛି ବୋଲି ସତୋଶି ସୁଜୁକି କହିଛନ୍ତି।

Share