ଚାଇନାକୁ ଝଟକା: ଗୁପ୍ତ କ୍ଷେପଣାସ୍ତ୍ର ପ୍ରକଳ୍ପରୁ ରକେଟ ବୈଜ୍ଞାନିକ ହେଲେ ବାହାର…

ବେଜିଂ,୧।୨ : ଚାଇନାର ଗୁପ୍ତ ରକେଟ ପ୍ରକଳ୍ପ ସହ ଜଡିତ ଜଣେ ଅଗ୍ରଣୀ ରକେଟ ବୈଜ୍ଞାନିକଙ୍କୁ ସରକାର ହଟାଇ ଦେଇଛନ୍ତି। ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗଙ୍କ ପରାମର୍ଶଦାତା କମିଟି ଏହି ନିଷ୍ପତ୍ତି ନେଇଛନ୍ତି।
ତେବେ ରକେଟ ପ୍ରକଳ୍ପ ଜାରି ରହିବ ବୋଲି କମିଟି କହିଛି। ଏହାପୂର୍ବରୁ ମଧ୍ୟ ଏହି ପ୍ରକଳ୍ପ ସହ ଜଡିତ ଅର୍ଥମନ୍ତ୍ରୀଙ୍କୁ ମଧ୍ୟ ହଟାଇ ଦିଆଯାଇଥିଲା।
ଚାଇନାର ପିପୁଲ୍ସ ପଲିଟିକାଲ କନସଲଟେଶନ କନଫରେନ୍ସ (ସିପିପିସିସି) ର ୧୪ ତମ ଟାଙ୍ଗ କମିଟି କହିଛି ରକେଟ ବୈଜ୍ଞାନିକ ୱାଙ୍ଗ ଜିଆଓଜୁନଙ୍କ ବିରୋଧରେ ଦୁର୍ନୀତିର ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ଚାଲିଛି। ଏହି ପ୍ରକଳ୍ପର ପ୍ରଥମ ଇନଚାର୍ଜ ଜେନେରାଲ ଲି ଶାଙ୍ଗଫୁ ଥିଲେ। ତାଙ୍କୁ ମଧ୍ୟ ହଟାଯାଇଥିଲା।

ଏହି ଷ୍ଟାଡିଙ୍ଗ କମିଟିରେ ଚାଇନାର ରାଜନୈତିକ ନେତା, ପ୍ରତିରକ୍ଷା ମନ୍ତ୍ରଣାଳୟର ବରିଷ୍ଠ ସଦସ୍ୟ ଏବଂ ଅନ୍ୟାନ୍ୟ ବିଭାଗ ସଦସ୍ୟ ଅଛନ୍ତି। ଏହା ପୂର୍ବରୁ ଆଶା କରାଯାଉଥିଲା ୱାଙ୍ଗ ଆସନ୍ତା ମାସରେ ତାଙ୍କର ବାର୍ଷିକ ବୈଠକ ପରିଦର୍ଶନ କରିବେ। ଏହି ନିଷ୍ପତ୍ତି ଶୀଘ୍ର ନିଆଯାଇଥିଲା। ରକେଟ ବୈଜ୍ଞାନିକଙ୍କୁ ବାହାର କରିବା ଦ୍ୱାରା ଚାଇନାର ରକେଟ ବିକାଶ ପ୍ରକଳ୍ପକୁ ଏକ ଝଟକା ଲାଗିଛି ।

 

Share