Categories: ଜାତୀୟ

କଂଗ୍ରେସକୁ ପୁଣି ଝଟ୍‌କା: ପିସି ଚାକୋ ଦେଲେ ଇସ୍ତଫା

ଥରୁଭାନନ୍ତପୁରମ୍‌,୧୦।୩: ବିଧାନସଭା ନିର୍ବାଚନ ପୂର୍ବରୁ କେରଳରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ପିସି ଚାକୋ ଦଳୀୟ କାର୍ଯ୍ୟରେ ଅସନ୍ତୁଷ୍ଟ ହୋଇ ବୁଧବାର ଇସ୍ତଫା ଦେଇଛନ୍ତି। ସେ ନିଜ ଇସ୍ତଫା ପତ୍ରକୁ ସୋନିଆ ଗାନ୍ଧୀଙ୍କ ପାଖକୁ ପଠାଇ ଦେଇଛନ୍ତି। ନିଜ ଇସ୍ତଫା ସମ୍ପର୍କରେ ଘୋଷଣା କରିବା ପରେ ସେ କହିଛନ୍ତି ଯେ, ରାଜ୍ୟର କଂଗ୍ରେସ ଟିମ୍‌ ସହିତ କାର୍ଯ୍ୟ କରିବା ଅସମ୍ଭବ। ତ୍ରିଶୁର ଲୋକ ସଭା ସଂସଦୀୟ କ୍ଷେତ୍ର ସହିତ ଜଡ଼ିତ ଥିବା ଚାକୋ ଟିକଟ ବଣ୍ଟା ନେଇ ଅସନ୍ତୁଷ୍ଟ ଥିଲେ।

Share