ଶିଳ୍ପ ବିକାଶକୁ ଝଟକା:ଇଥାନଲ୍‌ ପ୍ରକଳ୍ପରୁ ଓହରିଗଲା ଏଚ୍‌ପିସିଏଲ୍‌

ନବରଙ୍ଗପୁର,୬।୧୧(ସଦାଶିବ ପ୍ରହରାଜ):ନବରଙ୍ଗପୁର ଜିଲାରେ ହେବାକୁ ଥିବା ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ (ହିନ୍ଦୁସ୍ଥାନ ପେଟ୍ରୋଲିୟମ କର୍ପୋରେଶନ ଲିମିଟେଡ୍‌) କମ୍ପାନୀ ଓହରିଯାଇଥିବା ନେଇ ଗୁରୁବାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସ୍ଥାନୀୟ ଚରକବନରେ ଖବରଦାତାମାନଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତରେ କହିଛନ୍ତି। ଜିଲାରେ ଶିଳ୍ପର ବିକାଶ ପାଇଁ କେନ୍ଦ୍ରୀୟ ପେଟ୍ରୋଲିୟମ ଓ କୃଷିମନ୍ତ୍ରୀଙ୍କ ସହ ଆଲୋଚନାକରି ପ୍ରକଳ୍ପ ପାଇଁ ଉଦ୍ୟମ କରାଯିବ ବୋଲି ସେ କହିଛନ୍ତି। ପୂର୍ବରୁ ଚିନି କାରଖାନାର ବିଫଳତା ଓ ଏବେ ୫୦୦ କୋଟି ଟଙ୍କାର ଇଥାନଲ୍‌ ପ୍ରକଳ୍ପରୁ ଏଚ୍‌ପିସିଏଲ୍‌ କମ୍ପାନୀ ଓହରିଯିବା ଘଟଣା ଜିଲାର ଶିଳ୍ପ ବିକାଶକୁ ଶକ୍ତ ଝଟକା ଦେଇଛି।
୨୦୧୯ ନିର୍ବାଚନରେ ଭାଜପାର କେନ୍ଦ୍ରୀୟ ନେତା ଉମରକୋଟରେ ୫୦୦ କୋଟି ଟଙ୍କାର ଇଥାନଲ୍‌ ପ୍ରକଳ୍ପର ଘୋଷଣା କରିଥିଲେ। ଏହି ପ୍ରକଳ୍ପକୁ ଏଚ୍‌ପିସିଏଲ୍‌ କରିବ ବୋଲି ନିଷ୍ପତ୍ତି ହୋଇଥିଲା। ଏଭଳିକି ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ପରେ ମଧ୍ୟ ଇଥାନଲ୍‌ ପ୍ରକଳ୍ପ ପାଇଁ ୭୦ ଏକର ଜମି ଅଧିଗ୍ରହଣ ହୋଇପାରୁ ନ ଥିବାରୁ ପ୍ରକଳ୍ପ ଅଟକିଥିବା ନେଇ ଚର୍ଚ୍ଚା ହେଉଥିଲା। କିନ୍ତୁ ଏଚ୍‌ପିସିଏଲ୍‌ କମ୍ପାନୀ ଏହି ପ୍ରକଳ୍ପରୁ ହାତ ଛାଡ଼ି ଦେଇଥିବା ମନ୍ତ୍ରୀଙ୍କ ବୟାନ ପରେ ସ୍ପଷ୍ଟ ହୋଇଥିଲା। ଏବେ ଜିଲାରେ ଇଥାନଲ୍‌ ପ୍ରକଳ୍ପକୁ ନେଇ ପୁଣି ଅନିଶ୍ଚିତତା ଦେଖାଦେଇଛି। ଏହି ପ୍ରକଳ୍ପରେ କେବଳ ୨୪୦ଜଣ ନିଯୁକ୍ତି ସୁଯୋଗ ମୁଖ୍ୟ ନୁହେଁ, ବରଂ ପରୋକ୍ଷରେ ହଜାର ହଜାର ଚାଷୀ ଉତ୍ପାଦିତ ମକା ଅଭାବୀ ବିକ୍ରିର ଶିକାରରୁ ମୁକୁଳିପାରିଥାନ୍ତେ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମତ ଦେଇଛନ୍ତି। ଆଗାମୀ ଦିନରେ ଯଦି କୌଣସି ଶିଳ୍ପର ବିକାଶ ପାଇଁ ରାସ୍ତା ନ ଫିଟିବ ତାହା ହେଲେ ଜିଲାବାସୀ ନିରାଶ ହେବେ। ତେଣୁ କେନ୍ଦ୍ର ଓ ରାଜ୍ୟ ସରକାର ଆଗାମୀ ଦିନରେ ନବରଙ୍ଗପୁର ଜିଲାରେ ରେଳ, କଳ ଓ ଜଳ ମୁଖ୍ୟ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେବାକୁ ଦାବି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଙ୍ଗାସାଗରରେ ବୁଡ଼ ପକାଇଲେ ୪୩ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରଦ୍ଧାଳୁ

ଭୋଗରାଇ,୧୩ା୧(ପ୍ରଦୀପ ଦାସ): ପଶ୍ଚିମବଙ୍ଗ ଦକ୍ଷିଣ ୨୪ ଜିଲା ସାଗରଦୀପ ଗଙ୍ଗା ଓ ସାଗର ସଙ୍ଗମସ୍ଥଳରେ ରବିବାର ସୁଦ୍ଧା ୪୩ ଲକ୍ଷରୁ ଊର୍ଦ୍ଧ୍ୱ ତୀର୍ଥଯାତ୍ରୀ ସମବେତ ହୋଇଥିବାର...

ବେଆଇନ ମହୁଲ ଫୁଲ ଚାଲାଣବେଳେ ଚଢ଼ାଉ: ୪ ଜଣଙ୍କୁ ବାନ୍ଧିଲା ପୋଲିସ

ଜୟପୁର,୧୩ା୧(ପବନ ପାଣିଗ୍ରାହୀ): ବେଆଇନ ଭାବେ ମହୁଲ ଫୁଲ ଚାଲାଣ ବେଳେ ଚଢ଼ାଉ କରି ପୋଲିସ ୪ ଅଭିଯୁକ୍ତଙ୍କୁ ଗିରଫ କରିଛି। କାଉଡ଼ିଆଗୁଡ଼ା ଓ ପକନାଗୁଡ଼ାର ୨...

ମହିଳା କାର୍ଡ ଖେଳିପାରେ ଭାଜପା

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ରାଜ୍ୟରେ ଗତ ସାଧାରଣ ନିର୍ବାଚନରେ ଭାଜପା ବିଜୟୀ ହେବା ପଛରେ ଦଳର ସାଙ୍ଗଠନିକ ବଳ ଅପେକ୍ଷା ବିଜେଡି ନେତାଙ୍କ ଅହଙ୍କାର ଓ ବିଭିନ୍ନ...

ଶିମିଳିପାଳ ସୁରକ୍ଷାରେ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ,ଏହାର ପରାକ୍ରମ ଜାଣିଲେ ହେବେ ଆଶ୍ଚର୍ଯ୍ୟ…

ବାରିପଦା,୧୩ା୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟ ସୁରକ୍ଷାରେ ନିୟୋଜିତ ଥିବା ପୋଷା ହାତୀ ମହିନ୍ଦ୍ରାର ମୃତ୍ୟୁ ଘଟିଛି। ରବିବାର ରାତି ସାଢ଼େ ୯ଟାରେ ମୃତ୍ୟୁ ହୋଇଥିବା...

ଆହାର ମେଣ୍ଟାଉଛି ମୂଷାଗାତ ଧାନ

ମହାକାଳପଡ଼ା, ୧୩ା୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): ଜନଜାତିମାନଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ମାଳମାଳ ଯୋଜନା କରାଯାଇଛି। ହେଲେ ଏହି ଯୋଜନା...

କୃଷି ବିଭାଗକୁ ଫେରିଲା ସୁକିନ୍ଦା ବିହନ ଫାର୍ମ

ଯାଜପୁର,୧୩ା୧(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲା ସୁକିନ୍ଦା ବିହନ ଫାର୍ମ ହସ୍ତାନ୍ତର ଚୁକ୍ତିକୁ ରାଜ୍ୟ କୃଷି ବିଭାଗ ବାତିଲ କରିଛି। ଏହାପରେ ଏହି ଫାର୍ମ କୃଷି ବିଭାଗ...

ସମୂହ ପ୍ରାର୍ଥନା କଲେ୧୭ ଦେଶର ସନ୍ନ୍ୟାସୀ

ଚଣ୍ଡିଖୋଲ,୧୩ା୧(ପ୍ରଦୀପ୍ତ କୁମାର ପୃଷ୍ଟି): ହୀରକ ତ୍ରିଭୁଜ ଅନ୍ତର୍ଗତ ଯାଜପୁର ଜିଲାର ବିଶ୍ୱପ୍ରସିଦ୍ଧ ବୌଦ୍ଧ ପୀଠ ଉଦୟଗିରିରେ ରବିବାରଠାରୁ ଆରମ୍ଭ ହୋଇଛି ୫ ଦିନିଆ ଅନ୍ତର୍ଜାତୀୟ ବୌଦ୍ଧ...

ହାତୀ ପିଠିରେ ବସି କଂସ ଦରବାରକୁ ଆସିଲେ ମୁଖ୍ୟମନ୍ତ୍ରୀ

ମଥୁରାନଗରୀ,୧୨।୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ବିଶ୍ବ ପ୍ରସିଦ୍ଧ ଧନୁଯାତ୍ରା ମହୋତ୍ସବରେ ରବିବାର ସାମିଲ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ମୁଖ୍ୟମନ୍ତ୍ରୀ ବରଗଡ଼ରେ ପହଞ୍ଚିବା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri