Categories: ଜାତୀୟ

ବିହାରରେ ମହାମେଣ୍ଟକୁ ଝଟ୍‌କା: କଂଗ୍ରେସରୁ ଇସ୍ତଫା ଦେଲେ କୁନ୍ତଲ କୃଷ୍ଣ…

ପାଟନା,୧୭।୬ : ବିହାରରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ମହାମେଣ୍ଟ ସରକାର ଆଉ ଏକ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। କଂଗ୍ରେସ ମୁଖପାତ୍ର କୁନ୍ତଲ କୃଷ୍ଣ ମଧ୍ୟ ସିଏମ ନୀତୀଶ କୁମାରଙ୍କ ନେତୃତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। କଂଗ୍ରେସର ଫାୟାରବ୍ରାଣ୍ଡ ରାଜ୍ୟ ମୁଖପାତ୍ର କୁନ୍ତଲ କୃଷ୍ଣ ଦଳର ପ୍ରାଥମିକ ସଦସ୍ୟତାରୁ ଶନିବାର ଇସ୍ତଫା ଘୋଷଣା କରିଛନ୍ତି। ୨୦୧୪ ମସିହାରେ ସିୱାନର ମହାରାଜଗଞ୍ଜ ଉପନିର୍ବାଚନରେ କୁନ୍ତଲ କୃଷ୍ଣଙ୍କୁ କଂଗ୍ରେସ ଟିକେଟ ଦେଇଥିଲା।

ଦଳକୁ ବିଦାୟ ପାଇଁ କୁନ୍ତଲ କୃଷ୍ଣ ନୀତୀଶ କୁମାରଙ୍କ ନେତୃତ୍ୱକୁ ବିରୋଧ କରି କହିଛନ୍ତି ସେ ସର୍ବଦା କଂଗ୍ରେସକୁ ବିରୋଧ କରିଆସୁଛନ୍ତି। ଯେଉଁଠାରେ କଂଗ୍ରେସ ନୀତୀଶ କୁମାରଙ୍କ ନିକଟରେ ଆତ୍ମସମର୍ପଣ କରିଛି।

ଜୁନ ୨୩ ରେ ପାଟନାରେ ବିରୋଧୀ ଦଳର ସାଧାରଣ ସଭା ପୂର୍ବରୁ ରାଜ୍ୟ ମୁଖପାତ୍ର କୁନ୍ତଲ କୃଷ୍ଣଙ୍କ ଇସ୍ତଫା ଯୋଗୁ କଂଗ୍ରେସରେ ସଙ୍କଟ ସୃଷ୍ଟି ହୋଇିଛି। ଗୋଟିଏ ପଟେ ନୀତୀଶ କୁମାର ସମସ୍ତ ବିରୋଧୀ ଦଳକୁ ଭାଜପା ବିରୋଧରେ ଏକଜୁଟ କରିବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ତାଙ୍କ ନିଜ ଶିବିରରେ ମତଭେଦ ଦେଖାଦେଇଛି।

Share