Categories: ଜାତୀୟ

ସେନ୍ଥିଲଙ୍କୁ ଝଟକା: ଗିରଫଦାରୀ ବେଆଇନ ନୁହେଁ କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ,୭।୮ : ତାମିଲନାଡୁର ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଏକ ଝଟକା ଦେଇ ସୁପ୍ରିମକୋର୍ଟ ବାଲାଜୀ ଏବଂ ତାଙ୍କ ସ୍ତ୍ରୀଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ମନି ଲଣ୍ଡରିଂ ମାମଲାରେ ସେଣ୍ଟିଲ ବାଲାଜୀଙ୍କ ଗିରଫଦାରୀକୁ ସୁପ୍ରିମକୋର୍ଟ ଆଇନ ଅନୁସାରେ ଠିକ ବୋଲି କହିଛନ୍ତି ଏବଂ ଜେଲରେ ଥିବା ମନ୍ତ୍ରୀଙ୍କୁ ପଚରାଉଚରା କରିବାକୁ ଇଡି ଅନୁମତି ଦେଇଛନ୍ତି।

ବାଲାଜୀ ଏବଂ ତାଙ୍କ ସ୍ତ୍ରୀ ମାଡ୍ରାସ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମାଡ୍ରାସ ହାଇକୋର୍ଟ ମଧ୍ୟ ତାଙ୍କ ରାୟରେ ବାଲାଜୀଙ୍କୁ ଇଡି ଦ୍ୱାରା ଗିରଫଦାରୀକୁ କାଏମ ରଖିଥିଲେ।

ହାବେସ କର୍ପସ ଆବେଦନକୁ ରକ୍ଷଣାବେକ୍ଷଣକୁ ଯୋଗ୍ୟ ନୁହେଁ ବୋଲି କୋର୍ଟ କହିଛନ୍ତି। ଟଙ୍କ ନେଇ ଚାକିରି ସ୍କାମ ମାମଲାରେ ସୁପ୍ରିମକୋର୍ଟ ଅଗଷ୍ଟ ୧୨ ପର୍ଯ୍ୟନ୍ତ ଇଡିଙ୍କ ହେପାଜତକୁ ଅନୁମତି ଦେଇଛନ୍ତି। ଜଷ୍ଟିସ ଏସ ବୋପାନ୍ନା ଏବଂ ଜଷ୍ଟିସ ଏମ.ଏମ ସୁନ୍ଦରଶଙ୍କର ଏକ ଡିଭିଜନ ବେଞ୍ଚ କହିଛନ୍ତି ଗିରଫ ବିରୋଧରେ ହାବିସ କର୍ପସ ଆବେଦନ ରକ୍ଷଣାବେକ୍ଷଣଯୋଗ୍ୟ ନୁହେଁ। ରିମାଣ୍ଡର ଆଦେଶକୁ ହାବିସ କର୍ପସ ଆବେଦନରେ ଚ୍ୟାଲେଞ୍ଜ କରାଯାଇପାରିବ ନାହିଁ।

Share