ଟ୍ରମ୍ପ୍‌ଙ୍କୁ ଝଟ୍‌କା, ୨ ବର୍ଷ ପାଇଁ ସିନେଟ ବାଇଡେନଙ୍କ ପାର୍ଟି ଦଖଲରେ…

ଓ୍ବାଶିଂଟନ,୧୩।୧୧ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାର ସିନେଟରେ ଆଉ ଏକ ପରାଜୟର ସମ୍ମୁଖୀନ ହୋଇଛି। କାରଣ ତାଙ୍କର ଅନ୍ୟ ଜଣେ ପ୍ରାର୍ଥୀ ପରାଜିତ ହେବାପରେ ରିପବ୍ଲିକାନ ପାର୍ଟିର ସିନେଟ ଦଖଲ କରିବାର ଆଶା ମଉଳି ଯାଇଛି। ରିପବ୍ଲିକାନ ପ୍ରାର୍ଥୀ ବ୍ଲେକ ମାଷ୍ଟର୍ସ ଆରିଜୋନାରେ ପୂର୍ବତନ ମହାକାଶଚାରୀ ଡେମୋକ୍ରାଟ ସିନେଟର ମାର୍କ କେଲିଙ୍କ ଠାରୁ ପରାସ୍ତ ହୋଇଛନ୍ତି।

୧୦୦ ଜଣିଆ ସଦସ୍ୟ ବିଶିଷ୍ଟ ସିନେଟ ପାଇଁ ଶନିବାର ରାତିରେ ଘୋଷିତ ଫଳାଫଳରେ ଡେମୋକ୍ରାଟିକ ପାର୍ଟି ୫୦ ସିଟ ଜିତିଥିବାବେଳେ ରିପବ୍ଲିକାନ ପାର୍ଟିକୁ ମାତ୍ର ୪୯ ଟି ସିଟ ପାଇଛନ୍ତି। ଗୋଟିଏ ଆସନ ଉପରେ ନିଷ୍ପତ୍ତି ଏପର୍ଯ୍ୟନ୍ତ ନିଆଯାଇ ନାହିଁ। ତେବେ ଜର୍ଜିଆର ଅବଶିଷ୍ଟ ଗୋଟିଏ ଆସନ ମଧ୍ୟ ଡେମୋକ୍ରାଟ୍ସଙ୍କ ପାଇଁ ଏକ ବିଜୟ ବୋଲି କୁହାଯାଉଛି। ଫଳରେ ୫୧/୪୯ ସଂଖ୍ୟାଗରିଷ୍ଠତା ମିଳିବ।

Share