Categories: ଜାତୀୟ

ଉଦ୍ଧବଙ୍କୁ ଝଟ୍‌କା, ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ, କହିଲେ ସୁପ୍ରିମ୍‌କୋର୍ଟ…

ନୂଆଦିଲ୍ଲୀ, ୧।୭ : ମହାରାଷ୍ଟ୍ରରର ପୂର୍ବତନ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ସୁପ୍ରିମ୍‌କୋର୍ଟରେ ବଡ଼ ଝଟ୍‌କା ଲାଗିଛି। ବିଧାୟକଙ୍କ ଅଯୋଗ୍ୟତା ଶୁଣାଣି ଶୀଘ୍ର ହୋଇପାରିବ ନାହିଁ ବୋଲି ଶୀର୍ଷକୋର୍ଟ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେଙ୍କ ସମେତ ୧୬ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶିବସେନା ପକ୍ଷରୁ ଅଯୋଗ୍ୟତା ବିଚାର ନେଇ ସୁପ୍ରିମ୍‌କୋର୍ଟରେ ଏକ ଆବେଦନ କରାଯାଇଥିଲା।

ବିଚାର ନହେବା ପର୍ଯ୍ୟନ୍ତ ସେମାନଙ୍କ ବିଧାନସଭାରେ ପ୍ରବେଶ ଉପରେ ପ୍ରତିବନ୍ଧକ ଲାଗୁ ବୋଲି ଆବେଦନରେ ଉଲ୍ଲେଖ କରାଯାଇଥିଲା।

ବିଚାରପତି ସୂର୍ଯ୍ୟକାନ୍ତ ଏବଂ ଜେବି ପାରଦିଓ୍ବାଲାଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏହି ମାମଲାର ବିଚାର ନେଇ ଶୁକ୍ରବାର ଏଭଳି କହିଛନ୍ତି।

କୋର୍ଟ କହିଛନ୍ତି ଯେ ବିଧାୟକଙ୍କ ଅଯୋଗ୍ୟତା ଉପରେ ତତ୍କାଳ ଶୁଣାଣି ହୋଇ ପାରିବ ନାହିଁ। ଜୁଲାଇ ୧୧ରେ ଏହାର ଶୁଣାଣି ହେବ ବୋଲି କୋର୍ଟ କହିଛନ୍ତି।

Share