Categories: ଜାତୀୟ

ଗୋଟିଏ ମାସର ବିଦ୍ୟୁତ ବିଲ୍‌ ଆସିଲା ୪୦ ହଜାର ଟଙ୍କା, ଏହା ଦେଖି ଏମିତି ନିଷ୍ପତ୍ତି ନେଲେ ବ୍ୟକ୍ତି

ମୁମ୍ବାଇ,୧୦।୮: ମହାରାଷ୍ଟ୍ର ନାଗପୁରରେ ବିଦ୍ୟୁତ୍‌ ବିଲ୍‌ ଦେଖି ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ବିଜୁଳି ବିଲ୍‌ ୪୦ ହଜାର ଦେଖି ଆଶ୍ଚର୍ଯ୍ୟ ହୋଇ ଏଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ମୃତ ବ୍ୟକ୍ତିଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ଯଶୋଧରା ନଗର ଅଞ୍ଚଳରେ ଏହି ଘଟଣା ଘଟିଛି। ୫୭ ବର୍ଷୀୟ ଲୀଲାଧର ଲକ୍ଷ୍ମଣ ଗୈଧାନେ ନାମକ ଜଣେ ବ୍ୟକ୍ତି ନିଜ ଉପରେ କିରୋସିନ ଢାଳି ଆତ୍ମହତ୍ୟା କରିଥିଲେ। ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ମୃତ୍ୟୁ ଘୋଷଣା କରାଯାଇଥିଲା। ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ୪୦ ହଜାର ଟଙ୍କା ବିଦ୍ୟୁତ୍‌ ବିଲ୍‌ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏତେ ବିଦ୍ୟୁତ୍‌ ବିଲ୍‌ ଆସିବାକୁ ସେ ସହଜରେ ଗ୍ରହଣ କରି ପାରି ନ ଥିଲେ। ଫଳରେ ସେ ଆତ୍ମହତ୍ୟା ନିଷ୍ପତ୍ତି ନେଇଥିବା ପରିବାର ଲୋକ କହିଛନ୍ତି। ପୋଲିସ ଏବେ ଘଟଣାର ତଦନ୍ତ କରୁଛି।

Share