ଜଗତସିଂହପୁର ପୀଡ଼ିତା ହୋମଗାର୍ଡଙ୍କ ଚାଞ୍ଚଲ୍ୟକର ଅଭିଯୋଗ: ମିଳୁଛି ହତ୍ୟା ଧମକ, ଟଙ୍କା ନେଇ…

ଜଗତସିଂହପୁର,୨୭।୨: ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ମହିଳା ହୋମଗାର୍ଡଙ୍କ ସହ ଶାରୀରିକ ସମ୍ପର୍କ ରଖିବା ଏବଂ ପ୍ରତାରଣା ଘଟଣା ଓଡିଶା ପୋଲିସର ଛବି ମଳିନ କରିଥିବା ବେଳେ ଏହି ଘଟଣାରେ ଆଉ ଏକ ବଡ ଅଭିଯୋଗ ଲାଗିଛି। ଟଙ୍କା ନେଇ ମାମଲାର ରଫାଦଫା କରିବାକୁ ଚାପ ପକାଯାଉଛି, ନ ହେଲେ ଜୀବନରୁ ମାରିବାକୁ ଧମକ ମିଳିଥିବା ପୀଡ଼ିତା ଅଭିଯୋଗ କରିଛନ୍ତି।

ସେ କହିଛନ୍ତି, ”ଜୀବନରୁ ହତ୍ୟା ଧମକ ମିଳୁଛି, ପରିବାରକୁ ମଧ୍ୟ ସଫା କରିଦେବାକୁ ଧାମ ମିଳିଛି। ବୁଧବାର ଜଣେ କନଷ୍ଟେବଳ ମୋତେ ଷ୍ଟାଡିୟମ ପାଖକୁ ଡାକି କହିଥିଲେ ତାଙ୍କୁ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ(ASP) ପଠାଇଛନ୍ତି। ତପନ ସାର୍ ୨୫-୨୭ ଲକ୍ଷ ଟଙ୍କା ଦେବେ, ମାମଲାକୁ ରଫା ଦଫା କର। ନ ହେଲେ ଚାକିରୀରୁ ଡିସମିସ କରଦେବାକୁ ଧମକ ଦେଇଛନ୍ତି। ମାମଲା ସମ୍ପର୍କରେ ଗଣମାଧ୍ୟମ ଆଗରେ ମୁହଁ ନାଁ ଖୋଲିବାକୁ ଧମକ ମିଳିଛି। ମୁଁ ଏତଲାରେ ସେମାନଙ୍କ ନାଁ ଲେଖିଛି, ମାତ୍ର ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଇନାହିଁ। ସେପଟେ ବୁଧବାର ଦୁଇଜଣ ବ୍ୟକ୍ତି ମୋ ଘରକୁ ଆସି ବାପା, ମା’ଙ୍କୁ ଧମକ ଦେଇଯାଇଛନ୍ତି। ମାମଲା ନ ଉଠାଇଲେ ଜୀବନରୁ ମାରିଦେବାକୁ ଧମକ ଦେଇଛନ୍ତି। ଚାରିଆଡୁ ମୋ ଉପରେ ବିପଦ ଥିବାରୁ ମୋତେ ନାଏ ମିଳିବ ଦରକାର।”

ସେପଟେ ବୁଧବାର କୁଜଙ୍ଗ ଥାନାର ପୂର୍ବତନ ଇନସପେକ୍ଟର-ଇନଚାର୍ଜ (ଆଇଆଇସି) ତପନ ନାହାକଙ୍କୁ ଅସଦାଚରଣ ଏବଂ ସରକାରୀ ପଦବୀର ଅପବ୍ୟବହାର ଅଭିଯୋଗ ପରେ ନିଲମ୍ବନ କରାଯାଇଛି। ନିର୍ଦ୍ଦେଶ ଅନୁଯାୟୀ, ଜନସେବାର ସ୍ୱାର୍ଥ ଏବଂ ତଦନ୍ତରେ ନିରପେକ୍ଷତା ସୁନିଶ୍ଚିତ କରିବା ପାଇଁ କୁଜଙ୍ଗ ପୋଲିସ ଷ୍ଟେସନର ପୂର୍ବତନ ଆଇଆଇସିଙ୍କୁ ତୁରନ୍ତ ନିଲମ୍ବନ କରାଯାଇଛି। ନିଲମ୍ବନ ତପନଙ୍କୁ ଗିରଫ କରାଯାଇଥିବା କୁହାଯାଉଛି।

ସୂଚନାଯୋଗ୍ୟ ତପନ ନାହାକ ଜଣେ ମହିଳା ଗୃହରକ୍ଷୀ(ହୋମଗାର୍ଡ)ଙ୍କୁ ପ୍ରେମ ପରେ ପ୍ରତାରଣା କରିଥିଲେ। ଏନେଇ ଜଗତ୍‌ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତା ହୋମଗାର୍ଡ ଜଗତ୍‌ସିଂହପୁର ଥାନାରେ କରିଥିତ୍ବା ଅଭିଯୋଗ ଅନୁଯାୟୀ, ଆଇଆଇସି ତପନଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା।

ତପନ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିଥିଲେ। ପରବର୍ତ୍ତୀ ସମୟରେ ପ୍ରତାରିତ କରିଥିଲେ। ଅଭିଯୋଗକୁ ଗ୍ରହଣ କରି ଜଗତ୍‌ସିଂହପୁର ପୋଲିସ ଥାନାରେ ମାମଲା (ନଂ. ୧୧୭/୨୫) ରୁଜୁକରି ତଦନ୍ତ ଜାରି ରଖିଛି।

ମଙ୍ଗଳବାର ଏ ସମ୍ପର୍କରେ ଏସ୍‌ପି ଭବାନୀ ଶଙ୍କର ଉଦ୍‌ଗାତାଙ୍କୁ ପଚାରିବାରୁ ସେ କହିଥିଲେ, ପ୍ରସଙ୍ଗର ଗମ୍ଭୀରତାକୁ ଦୃଷ୍ଟିରେ ରଖି ଆଇଆଇସି ତପନଙ୍କୁ ତତ୍କାଳ ଜିଲା ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଜଗତ୍‌ସିଂହପୁର ଆଇଆଇସି ପ୍ରଭାସ ଚନ୍ଦ୍ର ସାହୁ ଏହି ମାମଲାର ତଦନ୍ତ କରୁଛନ୍ତି। ଅପରପକ୍ଷେ ଅଭିଯୋଗକାରିଣୀ ମହିଳା ଗୃହରକ୍ଷୀଙ୍କ ଡାକ୍ତର ମାଇନା ପାଇଁ ଚେଷ୍ଟା କରାଯାଇଥିଲେ ସୁଦ୍ଧା ସେ ମନା କରିଦେଇଛନ୍ତି। ତଦନ୍ତ ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସ୍‌ପି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇଁ ଆବେଦନ ଆରମ୍ଭ, ଶେଷ ତାରିଖ…

ଭୁବନେଶ୍ୱର,୨୪ା୧୨(ସୁଚିସ୍ମିତା ସାହୁ): ରାଜ୍ୟର ସମସ୍ତ ସରକାରୀ ତଥା ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ ଗୁଡିକର ଛାତ୍ରୀଛାତ୍ର, ଶିକ୍ଷୟିତ୍ରୀ ଶିକ୍ଷକ ତଥା ଶିକ୍ଷା ବ୍ୟବସ୍ଥା ସହିତ ଜଡ଼ିତ ସମସ୍ତ...

ଗୁରୁବାରଠୁ ବଢ଼ିବ ଶୀତ, ଘନ କୁହୁଡ଼ି ନେଇ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର, ୨୪ା୧୨(ବନ୍ଦନା ସେଠୀ) – ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ସାମାନ୍ୟ ବୃଦ୍ଧି ଘଟିଥିଲେ ମଧ୍ୟ ଶୀତ ଲହରି ଜାରି ରହିଛି। ପ୍ରବଳ ଥଣ୍ଡା ସାଙ୍ଗକୁ କୁହୁଡ଼ି...

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଖ୍ରୀଷ୍ଟମାସରେ ଏହି ୩ ରାଶିର ବ୍ୟକ୍ତି ପାଇବେ ଶୁଭ ଖବର, କେମିତି କଟିବ ଦିନ ଜାଣନ୍ତୁ

୨୫ ଡିସେମ୍ବର, ୨୦୨୫ ରେ ସାରା ଦେଶରେ ଖ୍ରୀଷ୍ଟମାସ ପାଳନ କରାଯିବ। ସ୍କନ୍ଦ ଷଷ୍ଠୀ ଉପବାସ ମଧ୍ୟ ପାଳନ କରାଯାଉଛି, ଯାହା ଦେବତାମାନଙ୍କ ଦେବତା ଭଗବାନ...

ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନାକୁ କ୍ୟାବିନେଟ୍ ମୋହର

ଭୁବନେଶ୍ୱର,୨୪।୧୨: ବରପୁତ୍ର ଐତିହ୍ୟ ଗ୍ରାମ୍ୟ ଯୋଜନା ଉପରେ ବାଜିଲା କ୍ୟାବିନେଟ୍ ମୋହର । ରାଜ୍ୟ କ୍ୟାବିନେଟ୍ ବୈଠକ ନେଇ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri