ବାରିପଦା,୪।୩(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଚାନ୍ଦୁଆଁ ଥାନା ଅଧିନ ଠାରୁଆସାହି ଗ୍ରାମରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରିଛି । ପାରିବାରିକ ଗଣ୍ଡଗୋଳକୁ ନେଇ ପୁଅ ଉତ୍ୟକ୍ତ ହୋଇ ବାପାକୁ ଏକ ଟାଙ୍ଗିଆରେ ନିର୍ମମ ଭାବେ ହତ୍ୟା କରି ମୁଣ୍ଡକୁ କାଟିନେଇ ଥାନାରେ ଆତ୍ମସମର୍ପଣ କରିଛି । ଏପରିକି ନରପିଶାଚ ସାଜିଥିବା ପୁଅ ବାପକୁ ହାଣିବା ପରେ ମାଆକୁ ମଧ୍ୟ ମାରିବାକୁ ଉଦ୍ୟମ କରିଥିଲା ।
ତେବେ ଅଳ୍ପକେ ମାଆ ବର୍ତ୍ତି ଯାଇଥିଲା। ଖବରପାଇ ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଅଭିଯୁକ୍ତ ଜଣକ ଶମ୍ଭୁ ସିଂ(୪୦) । ସୂଚନାଯୋଗ୍ୟ, ମଙ୍ଗଳବାର ସାଳେ କୌଣସି କାରଣକୁ ନେଇ ବାପ-ପୁଅ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ଶମ୍ଭୁ ଘରେ ଥିବା ଟାଙ୍ଗିଆରେ ବାପ ବାଇଧର ସିଂ(୭୦)କୁ ହାଣି ମୁଣ୍ଡଗଣ୍ଡି ଅଲଗା କରିଦେଇଥିଲା । ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି ।