Categories: ଜାତୀୟ

ଝିଅକୁ ବଳାତ୍କାର କରିଥିବା ବ୍ୟକ୍ତିଙ୍କ ଏମିତି ପ୍ରତିଶୋଧ ନେଲେ ବାପା

ବିଶାଖାପାଟନମ,୧୫।୪: ଆନ୍ଧ୍ରପ୍ରଦେଶ ବିଶାଖାପାଟନମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ସହର ଉପକଣ୍ଠରେ ଥିବା ପେଣ୍ଡୁରଥୀ ମଣ୍ଡଳର ଜାଟଟାଠାରେ ଗୋଟିଏ ପରିବାରର ୬ ଜଣଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଅଭିଯୁକ୍ତ ହେଉଛନ୍ତି ବି ଆପାରାଲାଜୁ। ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଆହତମାନଙ୍କ ମଧ୍ୟରେ ଜଣେ ୬୭ ବର୍ଷୀୟ ପୁରୁଷ, ତିନି ମହିଳା ଏବଂ ଦୁଇ ଶିଶୁ ଥିଲେ। ପୋଲିସ କମିଶନର ମନୀଷ କୁମାର ସିହ୍ନା ଘଟଣାସ୍ଥଳକୁ ଯାଇ ଘଟଣାର ଅନୁସନ୍ଧାନ ପାଇଁ ସେ ଏକ ସ୍ବତନ୍ତ୍ର ଦଳ ମଧ୍ୟ ଗଠନ କରିଛନ୍ତି। ହତ୍ୟା ଘଟଣା ଘଟିବା ପରେ ଅଭିଯୁକ୍ତ ନିଜକୁ ପୋଲିସ ନିକଟରେ ସମର୍ପଣ କରିଥିଲେ। ଏବେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ପରିବାରର ଜଣେ ବ୍ୟକ୍ତି ଅଭିଯୁକ୍ତଙ୍କ ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ଏହା ଜାଣିବା ମାତ୍ରେ ଅଭିଯୁକ୍ତ ପରିବାର ସଦସ୍ୟଙ୍କୁ ହତ୍ୟା କରିଥିଲେ।

Share