ଜିନିଷ କିଣିବାର ୨୪ ଘଣ୍ଟା ମଧ୍ୟରେ କରୋନା ପଜିଟିଭ ଜଣାପଡ଼ିଲେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌: ଏଭଳି ଅଫର ଦେଇ ଦୋକାନ ସିଲ୍‌

ବ୍ୟବସାୟୀମାନେ ନିଜର ଲାଭ ପାଇଁ କିଛି ବି କରିପାରନ୍ତି। କରୋନା ସମୟରେ କେରଳର ଜଣେ ଦୋକାନୀ ନିଜ ବ୍ୟବସାୟ ପାଇଁ ଏକ ଅଦ୍ଭୁତ ଅଭିନବ ଅଫର୍‌ ଦେଇଛନ୍ତି। ଅଫର୍‌ର ବିଜ୍ଞାପନ ଅନୁଯାୟୀ, ତାଙ୍କ ଦୋକାନରୁ ଜିନିଷ ନେବାର ୨୪ ଘଣ୍ଟା ମଧ୍ୟରେ କେହି କରୋନା ପଜିଟିଭ ଜଣାପଡ଼ିଲେ ତାଙ୍କୁ ବିନା ଜିଏସ୍‌ଟିରେ ୫୦ ହଜାର ଟଙ୍କାର କ୍ୟାଶବ୍ୟାକ୍‌ ମିଳିବ। କିନ୍ତୁ ଏଭଳି ଅଫର୍‌ ଦେବା ଦୋକାନୀ ଜଣଙ୍କୁ ମହଙ୍ଗା ପଡ଼ିଛି।
ଏହା ଏକ ଇଲେକ୍‌ଟ୍ରୋନିକ୍ସ ଦୋକାନ। ଏହି ଅଫର୍‌ ଗତ ଅଗଷ୍ଟ ୧୫ରୁ ୩୦ ତାରିଖ ପର୍ଯ୍ୟନ୍ତ ଥିଲା। ତେବେ ଏହି ଅଫର୍‌ର ବିଜ୍ଞାପନ ଚାରିଆଡ଼େ ବ୍ୟାପିଗଲା। ବିନୁ ପୁଲିକକ୍କାଣ୍ଡ ନାମକ ଜଣେ ଓକିଲଙ୍କ ଦୃଷ୍ଟିକୁ ଏହା ଆସିବା ପରେ ସେ ଉକ୍ତ ଦୋକାନୀଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ। ଚିଠିରେ ସେ ଉକ୍ତ ବିଜ୍ଞାପନକୁ ଆଇନ ବିରୋଧୀ ବୋଲି ଦର୍ଶାଇଥିଲେ। ଏଭଳି ଅଫର୍‌ ଦ୍ୱାରା କୌଣସି କରୋନା ସଂକ୍ରମିତ ଏହାର ସୁଯୋଗ ନେବେ। ସେମାନେ ତାଙ୍କ ଦୋକାନରେ ପହଞ୍ଚତ୍ ଅକାରଣରେ ଅନେକଙ୍କ ପାଇଁ ସଂକ୍ରମଣର କାରଣ ପାଲଟିବେ। ଏହି ଅଭିଯୋଗ ପରେ ସ୍ଥାନୀୟ ପୋଲିସ ଉକ୍ତ ଦୋକାନକୁ ସିଲ୍‌ କରିବା ସହ ଏହାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Trump on Sunita Williams: ପ୍ରତିଶ୍ରୁତି ଦେଇଥିଲୁ, ପୂରଣ କଲୁ: ସୁନୀତା ୱିଲିୟମ୍ସ ଫେରିବା ପରେ ଆତ୍ମବିଭୋର ହେଲେ ଟ୍ରମ୍ପ

ଫ୍ଲୋରିଡା,୧୯।୩: ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୨୮୬ ଦିନ ପରେ ମହାକାଶରୁ ଫେରିଛନ୍ତି। ଦୁହେଁ ସ୍ପେସଏକ୍ସର ଡ୍ରାଗନ କ୍ୟାପସୁଲ ମାଧ୍ୟମରେ ଫ୍ଲୋରିଡା...

ପୃଥିବୀକୁ ଫେରି ପ୍ରଥମଥର ଏମିତି ପ୍ରତିକ୍ରିୟା ଦେଲେ ସୁନୀତା ୱିଲିୟମ୍ସ: ଭିଡିଓ ଦେଖିଲେ କହିବେ ବାଃ ବାଃ

ଫ୍ଲୋରିଡା,୧୯।୩: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ମହାକାଶଚାରୀ ସୁନୀତା ୱିଲିୟମ୍ସ ୨୮୬ ଦିନ ପରେ ପୃଥିବୀକୁ ଫେରିଛନ୍ତି। ମହାକାଶ ଏଜେନ୍ସି ନାସାର ବୈଜ୍ଞାନିକଙ୍କ ଅନୁଯାୟୀ, ସୁନିତା ଏବଂ...

Sunita Williams Return Video: ସୁରକ୍ଷିତ ଭାବେ ପୃଥିବୀକୁ ଫେରିଲେ ସୁନୀତା ୱିଲିୟମ୍ସ: ଫ୍ଲୋରିଡା ଉପକୂଳରେ କଲେ ଅବତରଣ, ଦେଖନ୍ତୁ ଭିଡିଓ

ଫ୍ଲୋରିଡା,୧୯।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବୁଚ ୱିଲ୍‌ମୋର ୯ ମାସ ପରେ ଶେଷରେ ପୃଥିବୀକୁ ଫେରିଛନ୍ତି। ଉଭୟ ମହାକାଶଚାରୀ ବୁଧବାର...

ଶ୍ରମିକଙ୍କ ଠାରୁ କମ୍‌ ଦରମା ପାଉଛନ୍ତି ପାକିସ୍ତାନୀ ଖେଳାଳି, ଚମକାଇଲା ରିପୋର୍ଟ

ଇସଲାମବାଦ,୧୮।୩: ଯେବେଠୁ ପାକିସ୍ତାନ କ୍ରିକେଟ ବୋର୍ଡ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିଛି, ସେବେଠାରୁ ଏହାର ଅବସ୍ଥା ଖରାପରୁ ଆହୁରି ଖରାପ ହୋଇଯାଇଛି। ଏଥିପାଇଁ ଖେଳାଳିଙ୍କ ଦରମା...

ସୁନୀତାଙ୍କୁ ନାସା ପକ୍ଷରୁ ମିଳିବ କେତେ ଟଙ୍କା କ୍ଷତିପୂରଣ, ଅନ୍ୟସବୁ ସୁବିଧା ବିଷୟରେ ବି ଜାଣନ୍ତୁ…

ଓ୍ବାଶିଂଟନ୍‌,୧୮।୩: ଫେରୁଛନ୍ତି ସୁନୀତା ଓ୍ବିଲିୟମ୍ସ। ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ଏବଂ ବୁଚ ୱିଲମୋର ୮ ଦିନିଆ ମିଶନରେ ଅନ୍ତର୍ଜାତୀୟ ସ୍ପେସ ଷ୍ଟେସନ (ଆଇଏସଏସ)କୁ ଯାଇଥିଲେ,...

ଏହି ଦେଶରେ ସୁନା ଦରରେ ବିକ୍ରି ହେଉଛି କଣ୍ଡୋମ, କିଣିବାକୁ ହେଲେ ସରିଯାଉଛି ଅଧା ଦରମା

ସାରା ବିଶ୍ୱରେ କଣ୍ଡୋମ ବ୍ୟବହାର ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏହା କେବଳ ଅସୁରକ୍ଷିତ ଯୌନ ସମ୍ପର୍କରୁ ରକ୍ଷା କରେ ତାହା ନୁହେଁ ବରଂ ଅନାବଶ୍ୟକ...

Sunita Williams Returns: ସମୁଦ୍ରରେ ଖସିଯିବେ ସୁନୀତା, କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮।୩: ନାସା ମହାକାଶଚାରୀ ସୁନୀତା ୱିଲିୟମ୍ସ ପୃଥିବୀକୁ ତାଙ୍କ ପ୍ରତ୍ୟାବର୍ତ୍ତନ ଯାତ୍ରାରେ ବାହାରି ଯାଇଛନ୍ତି। ଏହି ଅବସରରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ହୃଦୟସ୍ପର୍ଶୀ ଚିଠି...

କିଛି ଛାଡିଲେନି, ଚାଇନା କଲ ସେଣ୍ଟରରୁ ଲୁଟିନେଲେ ପାକିସ୍ତାନୀ

ଇସଲାମାବାଦ,୧୮।୩: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଏକ ନକଲି କଲ ସେଣ୍ଟର ଚାଲିଥିଲା। ପାକିସ୍ତାନୀ ଅଧିକାରୀମାନେ ଏହା ବିଷୟରେ ଜାଣିବାକୁ ପାଇଲେ। ଏହା ପରେ, ପାକିସ୍ତାନର ଫେଡେରାଲ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image