Advertisement

୧୫୭ ଥର ଡ୍ରାଇଭିଂ ଟେଷ୍ଟରେ ଫେଲ୍‌ ହେଲେ ବ୍ୟକ୍ତି, ଆଉ ତା’ ପରେ …

ଡ୍ରାଇଭିଂ ଟେଷ୍ଟରେ ଜଣେ ବ୍ୟକ୍ତି ଥରେ, ଦୁଇ ଥର କିମ୍ବା ଅତି ବେଶିରେ ଦଶ ଥର ଫେଲ୍‌ ହୋଇଥାନ୍ତି। ମାତ୍ର ଇଂଲଣ୍ଡରେ ରହୁଥିବା ଜଣେ ବ୍ୟକ୍ତି ୧୫୭ ଥର ଫେଲ୍‌ ହୋଇଥିଲେ। ଏହା ସତ୍ତ୍ୱେ ମଧ୍ୟ ସେ ହାର ମାନି ନ ଥିଲେ। ୧୫୮ ଥରରେ ସେ ପାସ୍‌ କରିଛନ୍ତି।
ଏମିତିରେ ଫି’ ତ ଲାଗିବ। ଏହି ଅଜଣା ଡ୍ରାଇଭର ବାରମ୍ବାର ଟେଷ୍ଟ ପାଇଁ ଆବେଦନ ଭରିବା ନିମନ୍ତେ ୩ ହଜାର ପାଉଣ୍ଡ (୩ ଲକ୍ଷ ଟଙ୍କା ) ଖର୍ଚ୍ଚ କରିସାରିଛନ୍ତି। ସିଲେକ୍ଟ କାର ଲେସିଂର ନିର୍ଦ୍ଦେଶକ ମାର୍କ ଟୁଙ୍ଗ କୁହନ୍ତି, ଏହା ସତ, ଏଥିରେ ଯଦି ଆପଣ ଫେଲ୍‌ ହେଉଛନ୍ତି ତେବେ ବାରମ୍ବାର ଚେଷ୍ଟା ଜାରି ରଖିବାକୁ ପଡ଼ିଥାଏ।
ଆହୁରି ମଧ୍ୟ ସେ କହିଛନ୍ତି ଯେ, ବାରମ୍ବାର ଡ୍ରାଇଭିଂ ଟେଷ୍ଟରେ ବିଫଳ ହେଉଥିବା ଏହା ପ୍ରଥମ ବ୍ୟକ୍ତି ନୁହନ୍ତି। ଏମିତି ଅନେକ ବ୍ୟକ୍ତି ରହିଛନ୍ତି। ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ଖରାପ ରେକର୍ଡ ଜଣେ ମହିଳାଙ୍କ ନାମରେ ରହିଛି। ସେ ୧୧୭ଥର ଟେଷ୍ଟ ଦେଇଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଏଥିରେ ପାସ୍‌ କରିପାରି ନାହାନ୍ତି। ତୃତୀୟ ତମ ସ୍ଥାନରେ ଜଣେ ୪୮ ବର୍ଷୀୟା ମହିଳା ରହିଥିଲେ, ଯିଏକି ୯୪ ଥର ଟେଷ୍ଟ ଦେବା ପରେ ପାସ୍‌ କରିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share