Advertisement
Categories: ଫୁରସତ

ଖାଲି ପେଟରେ ମଦ ପିଇଦେଲେ ଏହି ଯୁବତୀ..ଆଉ ତା’ପରେ

ମଦ୍ୟପାନ ଶରୀର ପାଇଁ ହାନିକାରକ ହୋଇଥାଏ। ଏହି ମଦ ପିଇ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି। ଏଲିସ୍‌ ବରଟନ୍‌ ବ୍ରାଡଫୋର୍ଡ ନାମକ ଜଣେ ଯୁବତୀ ଖାଲି ପେଟରେ ମଦ ପିଇଦେବାରୁ ତାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ବ୍ରିଗ୍ଟନରେ ରହୁଥିବା ଏହି ୨୭ ବର୍ଷୀୟ ଏଲିସ୍‌ ସାଇକେଲିଂର ସଉକ ଥିଲା। ସେ ପ୍ରତିଦିନ ସାଇକେଲିଂ କରୁଥିଲେ। ଅନେକ ମାରାଥନ ପ୍ରତିଯୋଗିତାରେ ମଧ୍ୟ ସେ ଭାଗ ନେଇଥିଲେ। ଖାଲି ପେଟ ଥିବାବେଳେ ସେ ପ୍ରବଳ ମଦ ପିଇଦେଇଥିଲେ। ଫଳରେ ତାଙ୍କର ଆଲକହଲିକ୍‌ କେଟୋସାଇଡୋସ୍‌ ହୋଇଯାଇଥିଲା। ଏହି କାରଣରୁ ତାଙ୍କ ମୃତ୍ୟୁ ଘଟିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ, ସେ ଆଉ ଘରକୁ ଯାଇ ନ ପାରି ବଗିଚାରେ ହିଁ ଟଳିପଡିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share