Categories: ଫୁରସତ

ଖାଦ୍ୟରୁ ବାହାରିଲା ଏମିତି କିଛି, ପୁରା ପରିବାରକୁ କରିବାକୁ ପଡ଼ିଲା କରୋନା ଟେଷ୍ଟ

ଚାଇନାର ଉହାନ ସହରରୁ ବ୍ୟାପିଥିବା କରୋନା ଭାଇରସ ସମଗ୍ର ବିଶ୍ୱରେ ବ୍ୟାପି ସାରିଲାଣି। ଏହି ଭାଇରସ କେଉଁଥିରୁ ବ୍ୟାପିଛି ତାହାକୁ ନେଇ ଅନେକ ଖବର ଶୁଣିବାକୁ ମିଳୁଛି। ଏହା ବାଦୁଡିରୁ ବ୍ୟାପିଥିବା କିଛି ବୈଜ୍ଞାନିକ କହିଥିବା ବେଳେ ଆଉ କେତେକ ଏହାକୁ ଭୁଲ ବୋଲି କହିଥିଲେ। ଏବେ ଚାଇନାର ସେହି ଉହାନ ସହରରୁ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସମ୍ମୁଖକୁ ଆସିଛି। ଏମିତି କିଛି ଘଟିଛି, ଯେଉଁଥିପାଇଁ ପୁରା ସହରକୁ କରୋନା ଟେଷ୍ଟ କରିବାକୁ ପଡ଼ିଛି।
ଚେନ ନାମକ ବ୍ୟକ୍ତି ନିଜ ଘର ନିକଟରେ ଥିବା ଏକ ରେଷ୍ଟୁରାଣ୍ଟରୁ ସୁପ୍‌ ଅର୍ଡର କରିଥିଲେ। ଏହାକୁ ପିଇବା ପାଇଁ ଯେତେବେଳେ ସେ ବାହାର କରିଥିଲେ ସେଥିରୁ କଳା ରଙ୍ଗର କିଛି ବାହାରିଥିଲା। ପ୍ରଥମେ ଏହାକୁ ଖିସ୍‌ମିସ୍‌ ବୋଲି ସେ ଭାବିଥିଲେ। ମାତ୍ର ଭଲରେ ଦେଖିବା ପରେ ଏହା ଏକ ବାଦୁଡି ବୋଲି ଜାଣିପାରିଥିଲେ। ଏ ନେଇ ସେ ନିକଟସ୍ଥ ଥାନାରେ ଅଭିଯୋଗ କରିଛନ୍ତି। ପୋଲିସ ଉକ୍ତ ରେଷ୍ଟୁରାଣ୍ଟର ଯାଞ୍ଚ କରିଛି। ତେବେ ପୁରା ପରିବାର କରୋନା ଟେଷ୍ଟ କରିଛନ୍ତି। ମାତ୍ର ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାପଡ଼ିଛି।

Share