ଆଫଗାନିସ୍ତାନ ସଡକ ଦୁର୍ଘଟଣାରେ ୫ଦିନରେ ମଲେଣି ୨୦୦ରୁ ଅଧିକ

କାବୁଲ,୫।୭: ଆଫଗାନିସ୍ତାନ ଟ୍ରାଫିକ ପୋଲିସ ବିଭାଗର ଏକ ରିପୋର୍ଟ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଯେଉଁଥିରେ ଦିନକୁ ଦିନ ବଢୁଥିବା ଟ୍ରାଫିକ ଦୁର୍ଘଟଣା ବିଷୟରେ ଉଲ୍ଲେଖ କରାଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଗତ ପାଞ୍ଚ ଦିନ ମଧ୍ୟରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି। ରିପୋର୍ଟନୁସାରେ, ଗତ ତିନି ମାସ ମଧ୍ୟରେ ସାରା ଦେଶରେ ପ୍ରାୟ ବିନା ଦସ୍ତାବିଜ ଥିବା ତିନି ଲକ୍ଷ ଗାଡିକୁ ପଞ୍ଜିକରଣ କରାଯାଇଛି। ଏଥିସହ ଟ୍ରାଫିକ ପୋଲିସ ବିଭାଗର ନୀତି ପ୍ରମୁଖ୍ୟ ଅବଦୁଲ ଭୋଦୋଡ ଖୀରଖା କହିଛନ୍ତି ଯେ, ସାରା ଦେଶରେ ପ୍ରାୟ ୬୬ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୧୩୨ଜଣ ଆହତ ହୋଇଛନ୍ତି। ଟ୍ରାଫିକ ନିୟମ ମାନୁ ନଥିବାରୁ ଏପରି ଦୁର୍ଘଟଣା ଦେଖିବାକୁ ମିଳୁଛି।

Share