ବମ୍ବେ: ମହାମାରୀ କରୋନାକୁ ନେଇ ଦେଶରେ ଲକ୍ଡାଉନ୍ ସ୍ଥିତି ଜାରି ରହିଥିଲା। ଏବେ ସ୍ଥିତି ଧିରେ ଧିରେ ସ୍ବାଭାବିକ ହେଲାଣି। ଅଭିନେତ୍ରୀ/ଅଭିନେତାମାନେ ପୁଣି ଥରେ ଶୁଟିଂ ସେଟ୍ରେ ନଜର ଆସିଲେଣି। ହେଲେ ବିଗତ କିଛି ମାସ ଧରି ସେମାନେ ଘରେ ରହିଥିଲେ। ଏହାକୁ ନେଇ କିଛି ଅଭିନେତା ଡିପ୍ରେସନକୁ ଚାଲି ଯାଇଥିଲେ। ହେଲେ ଏହି ସମୟର ସଠିକ୍ ଉପଯୋଗ କରିଛନ୍ତି ରାପର ହନି ସିଂହ।
ହନି ନିଜର ଇନ୍ଷ୍ଟାଗ୍ରାମ ଆକାଉଣ୍ଟରେ ଏବେ କିଛି ଫଟୋ ଶେୟାର କରିଛନ୍ତି। ଫଟୋରେ ସେ ଫିଟ୍ ନଜର ଆସୁଛନ୍ତି। ଲକ୍ଡାଉନ୍ ସମୟରେ କରାଯାଇଥିବା ପରିଶ୍ରମ। ମୋ ବଡି ଟ୍ରାନ୍ସଫର୍ମେଶନକୁ ଦେଖନ୍ତୁ ବୋଲି ସେ କହିଛନ୍ତି। ପ୍ରଶଂସକମାନେ ମଧ୍ୟ ଫଟୋକୁ ବେଶ ପସନ୍ଦ କରୁଛନ୍ତି।
ଦୀର୍ଘ ଦିନର ଅସୁସ୍ଥତା ଯୋଗୁ ହନିଙ୍କ ଚେହେରା ବଦଳିଯାଇଥିଲା। ଓଜନ ବଢ଼ିଯିବା ଯୋଗୁ ସେ ନିଜର ଫିଟ୍ନେସ୍ ଉପରେ କାମ କରିବା ଆରମ୍ଭ କରିଥିଲେ। ଏବେ ପୁଣି ଥରେ ହନି ନିଜର ପୁରୁଣା ଅବତାରକୁ ଫେରିଛନ୍ତି।