Categories: ଜାତୀୟ

କର୍ପୋରେଟରଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ହତ୍ୟା କଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

ଇଷ୍ଟ ଗୋଦାବରୀ, ୧୨।୨- ଆନ୍ଧ୍ର ପ୍ରଦେଶର କାକିନାଡାଠାରେ କର୍ପୋରେଟରଙ୍କୁ ଗୁରୁବାର ରାତିରେ ବିଭତ୍ସ ହତ୍ୟା କରିଛନ୍ତି  ଦୁର୍ବୃତ୍ତ। କର୍ପୋରେଟର ଜଣଙ୍କ ହେଲେ କାମ୍‌ପାରା ରମେଶ। ବିଳମ୍ବିତ ରାତିରେ ରମେଶଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି।

କାକିନାଡା ଡିସିପି ଭିମରାଓ କହିଛନ୍ତି, ହତ୍ୟା ହୋଇଥିବା ସ୍ଥାନରେ ରମେଶ କିଛି ବନ୍ଧୁଙ୍କ ସହ ନିଶା ସେବନ କରିଥିଲେ। ସେମାନେ ସେଠାରୁ ଯାଉଥିବାବେଳେ ଅନ୍ୟ ଏକ ଗ୍ରୁପ ସହ ଯୁକ୍ତିତର୍କ ହୋଇଥିଲା। ଏହାପରେ ବାରମ୍ବାର ଗାଡ଼ି ଚଢ଼ାଇ ରମେଶଙ୍କୁ ହତ୍ୟା କରିଥିଲେ। ହତ୍ୟା ପଛରେ ପୁରୁଣା ଶତ୍ରୁତା ଥିବା ପୋଲିସ ସନ୍ଦେହ କରୁଛି। ତେବେ ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଛି ପୂରା ଘଟଣାର ଭିଡିଓ।

Share