ତାରାତାରିଣୀ ଓ ଦକ୍ଷିଣକାଳୀଙ୍କ ପିଠରେ ଶୋଡଶ ଉପଚାରପର୍ବ ଆରମ୍ଭ

ପୁରୁଷୋତ୍ତମପୁର,୨୪।୯ (ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକରେ ରହିଥିବା କିମ୍ବଦନ୍ତିପୂର୍ଣ ପ୍ରସିଦ୍ଧ ଶକ୍ତିପୀଠ ଇଷ୍ଟଦେବୀ ମା’ ତାରାତାରିଣୀ ଓ ଜଳେଶ୍ୱରଖଣ୍ଡି ଗ୍ରାମରେ ବିଜେ ମା’ ଦକ୍ଷିଣକାଳୀଙ୍କ ପୀଠରେ ଷୋଡ଼ଶ ଉପଚାରପର୍ବ ମଙ୍ଗଳବାର ସନ୍ଧ୍ୟାରୁ ଆରମ୍ଭ ହୋଇଛି। ପବିତ୍ର ମୂଳାଷ୍ଟମି ଠାରୁ ମହାଷ୍ଟମୀ ପର୍ଯ୍ୟନ୍ତ ଏହିପର୍ବ ଅନୁଷ୍ଠିତ ହେବ। ଏହି ଶୋହଳ ଦିନବ୍ୟାପୀ ପର୍ବରେ ପ୍ରତ୍ୟହ ଷୋଡଶଉପଚାର ପୂଜା, ଚଣ୍ଡିପାଠ, ହୋମ ଓ ଗୁପ୍ତନିତି ଆଦି ବିଭିନ୍ନ ପାରମ୍ପରିକ ରିତିନିତି ପ୍ରକାରେ ପୂଜାପାଠ ଅନୁଷ୍ଠିତ ହେବ।

ଏହାସହ ପ୍ରତିପଦା ଠାରୁ ମହାନବମୀ ପର୍ଯ୍ୟନ୍ତ ନବଶକ୍ତିଙ୍କ ପୂଜାହୋଇ ମହାନବମୀରେ ସଂଧି ପୂଜା ହେବାପରେ ଦଶହରାରେ ବୀଜୟାଦଶମୀ ପାଳନ କରାଯିବ। ଷୋଡ଼ଶ ଉପଚାର ପର୍ବର ଏହି ପ୍ରଥମ ଦିନରେ ତାରାତାରିଣୀଙ୍କ ସେବାୟତ ଓ ତାଙ୍କ ପରିବାର ଲୋକେ ପବିତ୍ର ଋଷିକୂଲ୍ୟା ନଦୀକୁ ଯାଇ ସେଠାରେ ପୂଜାର୍ଚ୍ଚନା କରି ବାଜବାଜଣାର ପଟୁଆର ସହକାରେ ୧୦୮ ମାଠିଆରେ ଜଳ ଧରି ୯୯୯ ପାହାଚ ଚଢ଼ି ରତ୍ନଗିରି ପାହାଡ ଉପରେ ପ୍ରତିଷ୍ଠିତ ମା’ଙ୍କ ମନ୍ଦିରରେ ପହଞ୍ଚିଥିଲେ । ରାତ୍ରରେ ବଉଳମାଳିଆ ପଥରେ ନିର୍ମିତ ମନ୍ଦିରର ଗମ୍ଭିରା ମଧ୍ୟରେ ବିଜେ କରିଥିବା ମା’ ତାରାତାରିଣୀ ଦୁଇ ଭଉଣୀଙ୍କ ଚଳନ୍ତି ପ୍ରତିମାକୁ ଗୋଟି ପହଣ୍ଡି କରି ସ୍ନାନ ମଣ୍ଡପକୁ ଅଣାଯାଇ ସେଠାରେ ବିଭିନ୍ନ ପାରମ୍ପରିକ ରୀତିନୀତିରେ ପୂଜାର୍ଚ୍ଚନା କରି ସ୍ନାନ କରାଯାଇ ପୁଣି ମୁଖ୍ୟ ମନ୍ଦିରକୁ ଫେରାଇ ନିଆଯାଇଥିଲା।

ଚଳିତବର୍ଷ ନୂତନ ପୁରହିତ ଭାବେ ଯୋଗଦେଇଥିବା ପଣ୍ଡିତ ନିଳମାଧବ ତ୍ରୀପାଠି ବେଦମନ୍ତ୍ର ସହକାରେ ପୂଜାପାଠ କରିବାରେ ଲାଗିଛନ୍ତିା ସେବାୟତ ସଂଘ ସଭାପତି ତପନ ରଣା କର୍ତ୍ତା ଭାବରେ ରହିଥିବା ବେଳେ ବାପୁଜି ରଣାଙ୍କ ସମେତ ଅନ୍ୟ ସେବାୟତ ମାନେ ସହଯୋଗ କରିବାରେ ଲାଗିଛନ୍ତିା ଷୋଡ଼ଶ ଉପଚାର ପୂଜା ସମୟରେ ମା’ ଙ୍କୁ ଦର୍ଶନ କଲେ ସମସ୍ତ ଦୁଃଖ ଲାଘବ ହୁଏ ବୋଲି ଭକ୍ତମାନଙ୍କର ଅଗାଢ ବିଶ୍ବାସ ରହିଛି। ଏଣୁ ମା’ଙ୍କୁ ଦର୍ଶନ କରିବା ନିମନ୍ତେ ଭକ୍ତଙ୍କ ଭିଡଲାଗି ରହିବ। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ପ୍ରକାରର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହାସହିତ ଶାନ୍ତିଶୃଙ୍ଖଳାର ସହ ଭକ୍ତମାନେ ଯେପରି ମାଙ୍କ ଦର୍ଶନ କରିବେ ସେଥି ନିମନ୍ତେ ପୁରୁଷୋତ୍ତମପୁର ତହସିଲଦାର ଲୋପାମୁଦ୍ରା ରଥ, ବିଡିଓ ମନୋଜକୁମାର ନାୟକ, ଏସଡିପିଓ ରଜନିକାନ୍ତ ସାମଲ ଓ ଆଇଆଇସି ବିପିନ ବିହାରି ହୋତା ତଦାରଖକରିବାରେ ଲାଗିଥିବା ବେଳେ ପୋଲିସ ଫୋର୍ସ ଉପସ୍ତିତ ରହିଛନ୍ତିା ସମସ୍ତ ବିଭାଗର‌ ସହଯୋଗରେ ପୂଜା ଶେଷ ହେବ ବୋଲି ଆଶା ରଖାଯାଇଥିବାର ମନ୍ଦିର ନିର୍ବାହିଅଧିକାରୀ ଟିକେ ରେଡି କହିଛନ୍ତି। ସେହିପରି ଦକ୍ଷିଣକାଳୀଙ୍କ ପିଠରେ ମାଙ୍କ କୁଳ ପୂରହିତ ଦିବ୍ୟସିଂହପୁର ଶାଶନର ପଣ୍ଡିତ ସୁଧାଶୁଂ ଶେଖର ମିଶ୍ର ଯୋଗଦେଇ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି।

Share