ଏବେ ମିଳିବ ଜୋତା ମାଡ, ପୋଲିସ ଅଧିକାରୀଙ୍କୁ ଧମକ ଦେଲେ ଆଇନଜୀବୀ, ଭିଡିଓ ଭାଇରାଲ…

ଲକ୍ଷ୍ନୌ,୧୮।୧୨ : ଉତ୍ତରପ୍ରଦେଶର ଲକ୍ଷ୍ନୌରୁ ଏକ ମଜାଦାର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଜଣେ ଆଇନଜୀବୀ ପୋଲିସ କର୍ମଚାରୀଙ୍କୁ ଜୋତା ମାଡ କରିବାକୁ ଧମକ ଦେଇଥିବାର ଦେଖିବାକୁ ମିଳୁଛି। ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ବେଞ୍ଚର ଗେଟ ନଂ ୧ରେ ଏହି ଘଟଣା ଶୁକ୍ରବାର ଦିନ ଘଟିଥିଲା। ଏହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି। ଭାଇରାଲ ଭିଡିଓରେ ଏହା ଦେଖିବାକୁ ମିଳୁଛି ଆଇନଜୀବୀ ତାଙ୍କ କାରରେ ବସି ପୋଲିସଙ୍କୁ ଧମକ ଦେଉଛନ୍ତି। ଏହି ଘଯଣା ନେଇ ଲୋକଙ୍କ ଭିଡ଼ ଜମିଥିବାରୁ ଦେଖିବାକୁ ମିଳୁଛି। ଯେତେବେଳେ ଆଇନଜୀବୀ ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର କରୁଛନ୍ତି, ଇନ୍ସପେକ୍ଟର ମଧ୍ୟ ସେଠାରେ ଉପସ୍ଥିତ ଅଛନ୍ତି।
ଆଇନଜୀବୀ କହିଛନ୍ତି ଆପଣ ସିନିୟର ଏବଂ ଜୁନିଅର ମଧ୍ୟରେ ପାର୍ଥକ୍ୟ ଜାଣି ନାହାନ୍ତି କି? ଏହି ସମୟ ମଧ୍ୟରେ ସେଠାରେ ଉପସ୍ଥିତ ଥିବା ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ପୋଲିସ କର୍ମଚାରୀମାନେ ଏଥିରେ ହସ୍ତକ୍ଷେପ କରୁଥିବା ଭିଡିଓରେ ଦେଖିବାକୁ ମିଳୁଛି।

ଆଇନଜୀବୀ ପୋଲିସ କର୍ମଚାରୀଙ୍କୁ କହୁଛନ୍ତି ବର୍ତ୍ତମାନ ଆପଣ ଜୋତା ମାଡ ଖାଇବେ, ଇନ୍ସପେକ୍ଟର ସାହେବ ଜଣକୁ ହତ୍ୟା କରିଛନ୍ତି। ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବା ପରେ ପୋଲିସ ଘଟଣାର ତଦନ୍ତ କରୁଛି। ସୂଚନା ଅନୁଯାୟୀ, ଭିଡିଓଟି ଶୁକ୍ରବାର ପୋଷ୍ଟ କରାଯାଇଛି। ଭିଡିଓ ବିଷୟରେ ସୂଚନା ଦେଇ ଏସିପି ଇଷ୍ଟ ଅଲି ଅବ୍ବାସ କହିଛନ୍ତି ଏପର୍ଯ୍ୟନ୍ତ ଉଭୟ ପକ୍ଷରୁ କେହି ଅଭିଯୋଗ କରିନାହାନ୍ତି। ତଥାପି, ଆମେ ଆମ ସ୍ତରରେ ଏହି ଘଟଣାର ଅନୁସନ୍ଧାନ କରୁଛୁ।

 

Share