ଜୋତା ପ୍ରିୟ ପରିଣୀତି

ପରିଣୀତି ଚୋପ୍ରାଙ୍କର ଏକ ଅଭ୍ୟାସ ରହିଛି। ଶପିଂ କରିବାକୁ ଗଲେ ସେ ପ୍ରଥମେ ଜୋତା ଶୋ’ ରୁମ୍‌କୁ ଯାଇଥାଆନ୍ତି। କାରଣ ବିଭିନ୍ନ ଭେରାଇଟିର ଜୋତା ଦେଖିବା ମାତ୍ରେ ସେଗୁଡ଼ିକୁ କିଣିବାକୁ ପଛାଇ ନ ଥାନ୍ତି ସେ। ଏପରି କି ଭଲ କମ୍ପାନୀର ନୂଆ ଜୋତା ବଜାରକୁ ଆସିବା ମାତ୍ରେ ସେ ତାହାକୁ କିଣିଥାଆନ୍ତି। ଥରେ ଏକ ପ୍ରକାର ଜୋତା ଦେଖି ସେ ଏପରି ପ୍ରଭାବିତ ହେଲେ ଯେ, ସେହି କମ୍ପାନୀର ୨୦ ହଳ ଜୋତା ଏକାଥରେ କିଣି ଆଣିଥିଲେ। ଇଏ ତ ଗଲା ଜୋତା କିଣା କଥା, ତାଙ୍କର ଆଉ ଏକ ଅଭ୍ୟାସ ରହିଛି। କିଛି କାମ ନ ଥିଲେ କିମ୍ବା ଏକୁଟିଆ ବସିଥିଲେ ସେ ନଖ କାମୁଡ଼ିଥାଆନ୍ତି। ପରିଣୀତିଙ୍କ ଅଭିନୀତ ପ୍ରଥମ ସିନେମା ଥିଲା ‘ଲେଡିଜ ଭର୍ସେସ ରକି ବହଲ’। ଫିଲ୍ମଟି ବକ୍ସ ଅଫିସରେ ଆଶାନୁରୂପ ବିଜ୍‌ନେସ କରି ନ ଥିଲା ସତ, ହେଲେ ଏହି ଫିଲ୍ମରେ ନିଜର ଅଭିନୟ ପାଇଁ ସେ ୧୦ଟି ଶ୍ରେଷ୍ଠ ନବାଗତା ପୁରସ୍କାର ପାଇବାରେ ସକ୍ଷମ ହୋଇଥିଲେ। ପରିଣୀତି ବାହାରକୁ ଗଲେ ନିଜର ଆବଶ୍ୟକତା ଦ୍ରବ୍ୟ ସହ ଦୁଇଟି ଜିନିଷକୁ ଅଧିକ ପ୍ରାଥମିକତା ଦିଅନ୍ତି। ତାହା ହେଲା, ଫେସ୍‌ଓ୍ବାଶ ଏବଂ ଲିପ୍‌ ବାମ୍‌।

Share