Categories: ଫୁରସତ

୪୦୦ ବର୍ଷ ତଳର ଫଟୋରେ ୬୦ ବର୍ଷ ତଳର ଜୋତା

ଲଣ୍ଡନ: ଟାଇମ ଟ୍ରାଭେଲ ଅର୍ଥାତ୍‌ ସମୟ ଯାତ୍ରା ହେଉଛି ଏପରି ଏକ କନ୍‌ସେପ୍ଟ, ଯାହାର ଚର୍ଚ୍ଚା ଫିଲ୍ମରୁ ଆରମ୍ଭ କରି ବିଭିନ୍ନ ସ୍ଥାନରେ ହୋଇଥାଏ। ହେଲେ ଏହା ସମ୍ପୂର୍ଣ୍ଣ କାଳ୍ପନିକ ଏବଂ ଅସମ୍ଭବ ପ୍ରକ୍ରିୟା। ନିକଟରେ ଏକ ପେଣ୍ଟିଂରେ ଜଣେ ପୁଅକୁ ଦେଖିବାକୁ ମିଳିଛି, ଯେଉଁଥିରେ ସେ ଆଜିକାଲି ସମୟର ଜୋତା ପିନ୍ଧିଥିବା ଦେଖିବାକୁ ମିଳିଛି। ରିପୋର୍ଟ ମୁତାବକ, ୧୭ଶ ଶତାବ୍ଦୀ ଅର୍ଥାତ୍‌ ପାଖାପାଖି ୪୦୦ ବର୍ଷ ତଳେ ନେଦରଲାଣ୍ଡର ଚିତ୍ରକର ଡଚ୍‌ ମାଷ୍ଟର ଫେଡନନ୍ଦ ବୋଲ ୮ ବର୍ଷୀୟ ବାଳକର ଏକ ଫଟୋଟିତ୍ର ପ୍ରସ୍ତୁତ କରିଥିଲେ। ଯେଉଁଥିରେ ବାଳକଟି ହାତରେ କିଛି ପାତ୍ର ଧରିଥିବା ନଜର ଆସୁଛି। ବାଳକର ପୋଷାକ ସେବେକାର ବୋଲି ଜଣାପଡୁଥିଲା। ହେଲେ ଏଠାରେ ଆଶ୍ଚର୍ଯ୍ୟର କଥା, ବାଳକଟି ପିନ୍ଧିଥିବା ଜୋତାରେ ବର୍ତ୍ତମାନ ସମୟରେ ପିନ୍ଧୁଥିବା ନାମୀ କମ୍ପାନୀ ‘ନାଇକ୍‌’ର ଚିହ୍ନ ଥିବା ଦେଖିବାକୁ ମିଳିଛି। ତେବେ ଏହି ନାଇକ୍‌ କମ୍ପାନୀର ଜୋତା ୧୯୬୪ରେ ଆମେରିକାରେ ଗଢ଼ିଉଠିଥିଲା। ନାଇକ୍‌ କମ୍ପାନୀର ଜୋତା ୬୦ ବର୍ଷ ପୁରୁଣା ହୋଇଥିବାବେଳେ ତାହା ୪୦୦ ବର୍ଷ ତଳର ଫଟୋଚିତ୍ରରେ କିପରି ଆସିଲା ତାହା ଆଶ୍ଚର୍ଯ୍ୟ କରିଛି। ଏହି ଫଟୋଚିତ୍ରଟି ଲଣ୍ଡନ ଗ୍ୟାଲେରିରେ ଲାଗିଛି। ନିକଟରେ ୫୭ ବର୍ଷୀୟା ଫ୍ଲୋନା ଫୋସକିଟ୍‌ ତାଙ୍କ ୨୩ ବର୍ଷୀୟା ଝିଅ ହୋଲିଙ୍କ ସହିତ ଗ୍ୟାଲେରି ବୁଲିବାକୁ ଯାଇଥିଲେ। ସେହି ସମୟରେ ହୋଲିଙ୍କ ନଜର ଏହି ଫଟୋଚିତ୍ରର ଜୋତାରେ ଥିବା ଚିହ୍ନ ଉପରେ ପଡ଼ିଥିଲା। ଏହା ଦେଖି ମହିଳା ଜଣକ ଟାଇମ ଟ୍ରାଭେଲ ଥିବା ନେଇ ଦାବି କରୁଛନ୍ତି। ତେବେ ସେହି ଜାତୀୟ ଗ୍ୟାଲେରୀର ଜଣେ ପ୍ରବକ୍ତାଙ୍କୁ ଏହି ଫଟୋଚିତ୍ର ବାବଦରେ ପଚାରିବାରୁ, ଏହି ଫଟୋଚିତ୍ର ବହୁ ପ୍ରଚଳିତ ବୋଲି କହିଥିଲେ। ସେହି ପୁରୁଣା ଫଟୋଚିତ୍ରରେ କିଛି ମଡର୍ନ ଜିନିଷ ଥିବା ନଜର ଆସୁଛି କି ନାହିଁ ଏପରି ଏକ ଟୁଇଟ୍‌ କରିଥିଲେ। ଜୋତାରେ ଠିକ୍‌ ଚିହ୍ନ କିପିର ଆସିଲା ତାହା ବିଷୟରେ ସଠିକ ତଥ୍ୟ ମିଳିପାରିନାହିଁ।

Share