ସାମ୍ନାକୁ ଆସିଲା ଫିଲ୍ମ‘ଆର୍‌ଆର୍‌ଆର୍‌’ର ଆଉ ଏକ ଗୀତ

ନିର୍ଦ୍ଦେଶକ ଏସ. ଏସ ରାଜାମୌଲିଙ୍କ ଫିଲ୍ମ‘ଆର୍‌ଆର୍‌ଆର୍‌’ ଆସନ୍ତା ୨୫ରେ ରିଲିଜ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ନିର୍ମାତା ଫିଲ୍ମର ଆଉ ଏକ ଗୀତ ‘ଶୋଲେ’ ରିଲିଜ କରିଛନ୍ତି। ଏହା ଏକ ଦେଶପ୍ରେମୀ ଗୀତ। ଏହି ଗୀତରେ ଜୁନିୟର ଏନ୍‌ଟିଆର, ରାମଚରଣ ଏବଂ ଆଲିଆ ଭଟ୍ଟ ନଜର ଆସିଛନ୍ତି । ତେବେ ଗୀତଟି ହିନ୍ଦୀ, ତେଲୁଗୁ, ତାମିଲ, କନ୍ନଡ ଏବଂ ମାଲାୟାଲମ ଭାଷାରେ ରିଲିଜ୍‌ କରାଯାଇଛି। ଏହି ଫିଲ୍ମରେ ବଲିଉଡ ଅଭିନେତା ଅଜୟ ଦେବଗନ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ । ରାଜାମୌଲିଙ୍କର ଏହି ଫିଲ୍ମଟି ମଧ୍ୟ ଏକ ମେଗା ବଜେଟ ଫିଲ୍ମ ହେବ ବୋଲି ଆଶା କରାଯାଉଛି।

Share