Categories: ଜାତୀୟ

ସାଙ୍ଗର ସ୍ତ୍ରୀଙ୍କୁ ରଙ୍ଗ ବୋଲିବା ମହଙ୍ଗା ପଡିଲା

କୋଲକାତା,୧୯।୩: ହୋଲି ପାଇଁ ସବୁଠି ଉତ୍ସବମୁଖର। ହେଲେ କୋଲକାତାର ରେଜିଣ୍ଟ ପାର୍କ ଅଞ୍ଚଳରେ ଏକ ଅଘଟଣ ଘଟିଛି। ବନ୍ଧୁଙ୍କ ସ୍ତ୍ରୀଙ୍କୁ ରଙ୍ଗ ବୋଲିବାକୁ ଉଦ୍ୟମ କରିବାରୁ ଜଣେ ଯୁବକଙ୍କୁ ଗୁଳି କରି ହତ୍ୟା କରାଯାଇଛି। ମୃତକ ହେଲେ ଦିଲୀପ ଚୌହ୍ବାନ।

ସୂଚନା ଯୋଗ୍ୟ, ଶୁକ୍ରବାର କୋଲକାତା ସହରରେ ହୋଲି ଉତ୍ସବ ପାଳନ କରାଯାଉଥିଲା। ଦିଲୀପ ଏବଂ ତାଙ୍କର କିଛି ସାଙ୍ଗ ରିଜିଣ୍ଟ ପାର୍କ ଅଞ୍ଚଳକୁ ରଙ୍ଗ ଖେଳିବାକୁ ଆସିଥିଲେ। ସେତିକିବେଳେ ଜଣେ ବନ୍ଧୁଙ୍କ ସ୍ତ୍ରୀଙ୍କୁ ଦିଲୀପ ରଙ୍ଗ ଲଗାଇବାକୁ ଉଦ୍ୟମ କରିଥିଲେ। ଫଳରେ ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଦିଲୀପ ଓ ସାଙ୍ଗମାନେ ଘଟଣାସ୍ଥଳରୁ ପଲାଇଥିଲେ।

ହେଲେ କିଛି ସମୟ ପରେ ସୁଜିତ ମଲିକ ଏବଂ ତାଙ୍କର କିଛି ସାଙ୍ଗ ଦିଲୀପଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ପଚରାଉଚରା କରିଥିଲେ। ସେତିକିବେଳେ ସୁଜିତ ଉତ୍‌କ୍ଷିପ୍ତ ହୋଇ ଧରିଥିବା ଏକ ବନ୍ଧୁକ ବାହାର କରି ଦିଲୀପଙ୍କ ଉପରକୁ ଗୁଳି ଫୁଟାଇଥିଲେ। ଫଳରେ ଦିଲୀପ ଗୁରୁତର ଆହତ ହୋଇଥିଲେ। ଖବର ପାଇ କୋତକାତା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦିଲୀପଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଦିଲୀପଙ୍କୁ ମୃତ ଘୋଷଣା କରିଥିଲେ। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଏନେଇ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share