ଗଞ୍ଜାମ,୯।୫(ଡି.ଏନ୍.ଏ.): କରୋନା ସଂକ୍ରମଣ ବଢ଼ୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍ଡାଉନ୍ ଘୋଷଣା କରିଛନ୍ତି। ଏହା ସହ ପୂର୍ବରୁ ଜାରି ହୋଇଥିବା ଶଟ୍ଡାଉନ୍ ମଧ୍ୟ ବଳବତ୍ତର ରହିଛି। ପ୍ରତି ଶନିବାର ଓ ରବିବାର ଦୁଇଦିନ ଶଟଡାଉନ ଘୋଷଣା ହୋଇଛି। ଏହାକୁ ପ୍ରାୟ ସମସ୍ତେ ମାନୁଥିବା ବେଳେ କେତେକ ଅମାନିଆଙ୍କୁ ସାବାଡ କରିବାକୁ ଗଞ୍ଜାମ ଥାନା ଆଇଆଇସି ଦିଲ୍ଲୀପ କୁମାର ସାହୁଙ୍କ ନେତୃତ୍ୱରେ ପାଟ୍ରୋଲିଂ କଡାକଡି କରାଯାଇଛି l ସମସ୍ତ ଦୋକାନ ବଜାର ବନ୍ଦ ରହିଛି l